ଆସନ୍ତାକାଲି ଜି-୭ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ
- ଆଫଗାନିସ୍ତାନରେ ଦେଖାଦେଇଥିବା ସଙ୍କଟର ସମାଧାନ ପାଇଁ ଏକାଠି ହେବେ ଗ୍ରୁପ୍ ଅଫ୍ ସେଭେନ୍
ନୂଆଦିଲ୍ଲୀ : ଆଫଗାନିସ୍ତାନ ଦାଖଲ ପରେ ତାଲିବାନୀ ଆତଙ୍କ ଜାରି ରହିଛି । ସେଠାକାର ନାଗରିକ ତଥା ସମଗ୍ର ବିଶ୍ୱରେ ଭୟର ବାତାବରଣ ରହିଛି । ଏହି ସମସ୍ୟାର ସମାଧାନ ନେଇ ଚିନ୍ତାରେ ସାରା ବିଶ୍ୱ । ସେଠାରେ ଥିବା ମହିଳା ଏବଂ ଶିଶୁଙ୍କ ଭବିଷ୍ୟତକୁ ନେଇ ବିଶ୍ୱ ଭୟଭୀତ ଅଛି । ଏହାରି ଭିତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଫଗାନିସ୍ତାନ ସଙ୍କଟ ବିରୋଧରେ ଜି-୭ ବୈଠକ ନେଇ ଘୋଷଣା କରିଛନ୍ତି । ଏନେଇ ମଙ୍ଗଳବାର ଏକ ଜରୁରୀ ବୈଠକ ଡାକି ତୁରନ୍ତ ଆଲୋଚନା ପାଇଁ ସେ ଟ୍ୱିଟରରେ କହିଛନ୍ତି ।
I will convene G7 leaders on Tuesday for urgent talks on the situation in Afghanistan. It is vital that the international community works together to ensure safe evacuations, prevent a humanitarian crisis and support the Afghan people to secure the gains of the last 20 years.
— Boris Johnson (@BorisJohnson) August 22, 2021
ଟ୍ୱିଟ୍ କରି କହିଛନ୍ତି ଯେ, ‘ଆଫଗାନିସ୍ତାନରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା, ଏଭଳି ଦୁଃଖଦ ଘଟଣାକୁ ଏଡାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟ କାର୍ଯ୍ୟ କରିବା ଆବଶ୍ୟକ । ଜି-୭ ହେଉଛି ବିଶ୍ୱର ୭ଟି ବୃହତ ବିକଶିତ ତଥା ଉନ୍ନତ ଅର୍ଥନୀତି ସହିତ ଦେଶର ଏକ ଗୋଷ୍ଠୀ । ଏହି ଦେଶଗୁଡିକ ମଧ୍ୟରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ଅନ୍ତର୍ଭୁକ୍ତ । ଏହି ଗୋଷ୍ଠୀକୁ ଗ୍ରୁପ୍ ଅଫ୍ ସେଭେନ୍ ମଧ୍ୟ କୁହାଯାଏ । ଦୁନିଆର ଶକ୍ତିଶାଳୀ ଦେଶମାନେ ଆଫଗାନିସ୍ତାନ ଦେଖାଦେଇଥିବା ସଙ୍କଟର ସମାଧାନ ଖୋଜି ପାରିବାରେ ସହାୟକ ହେବେ ବୋଲି ମୋର ଆଶା ।
