ଡାଲ ହ୍ରଦରେ ଭାସମାନ ଏଟିଏମ ବ୍ୟବସ୍ଥାର ଶୁଭାରମ୍ଭ କଲା ଏସବିଆଇ
ଶ୍ରୀନଗର : ଶ୍ରୀନଗରସ୍ଥିତ ଡାଲ ହ୍ରଦରେ ଭାସମାନ ଏଟିଏମ ବ୍ୟବସ୍ଥାର ଶୁଭାରମ୍ଭ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)। ଏସବିଆଇ ଅଧ୍ୟକ୍ଷ ଦିନେଶ କୁମାର ଖାରା ଉକ୍ତ ଏଟିଏମ ଉଦଘାଟନ କରିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ସହିତ ପର୍ଯ୍ୟଟକଙ୍କର ନଗଦ ଅର୍ଥ ଆବଶ୍ୟକତା ପୂରଣ ହୋଇପାରିବ। ଏ ନେଇ ଶ୍ରୀନଗର ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।
SBI opened an ATM on a Houseboat at #DalLake, Srinagar for the convenience of locals & tourists. It was inaugurated by the Chairman, SBI, on 16th August. The #FloatingATM in the popular Dal Lake fulfills a long-standing need & will be an added attraction to the charm of Srinagar. pic.twitter.com/nz3iddHIdp
— State Bank of India (@TheOfficialSBI) August 19, 2021
ସୂଚନା ଯେ, ପୂର୍ବରୁ ଗତ ୨୦୦୪ରେ କେରଳରେ ପ୍ରଥମ କରି ଏହିଭଳି ଭାସମାନ ଏଟିଏମ ବ୍ୟବସ୍ଥା ପ୍ରଚଳନ କରିଥିଲା। କେରଳ ଜାହାଜ ଚଳାଚଳ ଓ ଅନ୍ତର୍ଦ୍ଦେଶୀୟ ନୌଚାଳନା ନିଗମ ମାଲିକାନାରେ ଥିବା ଝଙ୍କାର ୟାକ୍ଟରେ ଏହି ଏଟିଏମ୍ ସ୍ଥାପନ କରାଯାଇଥିଲା। ଏବେ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଯାତାୟତ ମାଧ୍ୟମ ଡାଲ ହ୍ରଦରେ ଏକ ହାଉସବୋଟରେ ସେହିଭଳି ଏକ ଏଟିଏମ୍ ସ୍ଥାପନ କରାଯାଇଛି। ଏହି ଏଟିଏମ ଉକ୍ତ ଅଞ୍ଚଳର ଦୀର୍ଘ ଦିନରୁ ନଗଦ ଅର୍ଥ ଆବଶ୍ୟକତାକୁ ପୂରଣ କରିପାରିବ।
