ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ନିଅଣ୍ଟିଆ ବର୍ଷା ଦେଖା ଦେଇଛି । ନିଅଣ୍ଟିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମସ୍ତ ବିଭାଗ ଓ ଜିଲାପାଳମାନଙ୍କ ବୈଠକ ଡକାଇଛନ୍ତି। ଲୋକସେବା ଭବନରେ ବୈଠକ ବସିବ । ତେବେ ଆଜିର ବୈଠକରେ ଏସଆର୍ସି ପ୍ରଦୀପ ଜେନା ଉପସ୍ଥିତ ରହିବାକୁ ଥିବା ବେଳେ ସମସ୍ତ ବିଭାଗର ସଚିବ ଓ ଜିଲାପାଳ ମାନଙ୍କ ବୈଠକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି ।
ରାଜ୍ୟରେ ସ୍ୱଳ୍ପ ବର୍ଷା ଯୋଗୁଁ ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ସର୍ବାଧିକ ପ୍ରଭାବିତ ହୋଇଛି । ସେହିପରି ଆହୁରି ୨୦ ଜିଲ୍ଲାରେ ମଧ୍ୟ ଉତ୍କଟ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ପାଣି ଅଭାବ ଯୋଗୁଁ ବିଲକୁ କିପରି ବିକଳ୍ପ ଉପାୟରେ ପାଣି ମିଳିପାରିବ, ସେ ଦିଗରେ ଆଜିର ବୈଠକରେ ଆଲୋଚନା ହେବ । ଅନ୍ୟପଟେ ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ କରିବାକୁ ଓୟୁଏଟିକୁ କୃଷି ବିଭାଗ ଆଗୁଆ ନିର୍ଦ୍ଦେଶ ଦେଇଛି । ପାଣି ଅଭାବ ଯୋଗୁ ବିଲକୁ କିପରି ବିକଳ୍ପ ଉପାୟରେ ପାଣି ମିଳି ପାରିବ, ସେ ଦିଗରେ ଆଲୋଚନା ହେବ।
