ସେପ୍ଟେମ୍ବରରେ ଆସିବ ତୃତୀୟ ଲହର, ଅକ୍ଟୋବରରେ ହେବ ପିକ୍
ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ୪ ଦିନ ହେବ ଲଗାତାର ହଜାର ତଳେ ରହୁଛି କରୋନା ସଂକ୍ରମଣ। ତେବେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି। ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ ତେବେ ଏହା ଅକ୍ଟୋବରରେ ପିକ୍ କରିବ। ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଯେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ରହିବେ ବୋଲି ଆକଳନ କରାଯାଇଛି। ମାତ୍ର ବର୍ତ୍ତମାନ ଆମର ହସ୍ପିଟାଲାଇଯେସନ ଅଧିକ ନାହିଁ। ଏନେଇ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ । ବିଶେଷଜ୍ଞମାନେ ଏନେଇ ଆକଳନ କରିଛନ୍ତି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ , ତେବେ ଏହା ଅକ୍ଟୋବରରେ ପିକ୍ ନେବ । ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଜେସନ ୧୦୦ରୁ ୨୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ମାତ୍ର ବର୍ତ୍ତମାନ ଆମର ହସ୍ପିଟାଲାଇଜେସନ ଅଧିକ ନାହିଁ । ଏବେ ଶିଶୁ ସଂକ୍ରମଣ ହାର ୧୨ରୁ ୧୩ ପ୍ରତିଶତ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା । ଯଦି ତୃତୀୟ ଲହର ଆସୁଛି, ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ । ଶିଶୁ ମାନଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ । ସବୁ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛୁ । ଶିଶୁ ଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁ ମାନଙ୍କର ଏବେ ସିଭିୟରିଟି ବେଶି ନାହିଁ । ମାତ୍ର ଆମେ ଏହାକୁ କୋହଳ ଭାବେ ନେବା ନାହିଁ । ତେଣୁ ସ୍କ୍ରିନିଂ କୁ ଆମେ ଚାଲୁ ରଖିବୁ । ଶିଶୁ ମାନଙ୍କର ଦୈନିକ ସଂକ୍ରମଣ ହାରକୁ ଆନାଲିସ୍ କରୁଛୁ । ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି । ବହୁତ କମ ଶିଶୁଙ୍କୁ ଅକ୍ସିଜେନ ଦରକାର ଥିଲା ।
