ଆଜିଠୁ ଭିତରକନିକାରେ ପକ୍ଷୀ ଗଣନା
- ୭ ଦିନ ଧରି ଚାଲିବ ଏହି ପକ୍ଷୀ ଗଣନା
କେନ୍ଦ୍ରାପଡ଼ା : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ । ଗଣନା ପାଇଁ ୨ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି ।
ବର୍ଷା ଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶ ବିସ୍ତାର ପାଇଁ ଭିତର କନିକାକୁ ଆସିଥାନ୍ତି ଅନେକ ପକ୍ଷୀ। ଗେଣ୍ଡାଳିଆ, ରାଣୀ ବଗ, ମଝିଆ ବଗ, ଛୋଟ ବଗ, ଖଇରା ବଗ, ଅଞ୍ଜନା ବା ମାଟିଆ ବଗ, ପାଣି କୁଆ, ଅନ୍ଧାରିଆ ବଗ, ଦାଆଁବେଟିଆ, କାପରଖାଇ ଆଦି ବିଭିନ୍ନ ପ୍ରଜାତିର ପକ୍ଷୀ ଭିତର କନିକାକୁ ଆସିବା ସହ ଗଛ ମାନଙ୍କରେ ବସା ବାନ୍ଧିଥାନ୍ତି। ଏନେଇ କନିକା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି ଆଜିଠୁ ପକ୍ଷୀଗଣନା ଆରମ୍ଭ ହୋଇଛି। ୨ଟି ଟିମ୍ ହୋଇଛି। ଗୋଟିଏ ଟିମ୍ ମଠଆଡ଼ିଆ ଓ ଅନ୍ୟ ଟିମ୍ ଲକ୍ଷ୍ମୀପ୍ରସାଦ, ଦୁର୍ଗାପ୍ରସାଦଡିଆରରେ ପକ୍ଷୀ ଗଣନା କରିବେ। ୭ ଦିନ ଧରି ଏହି ଗଣନା କାର୍ଯ୍ୟକ୍ରମ ଚାଲିବ।
