ପଞ୍ଜଶିର ମୁହାଁ ତାଲିବାନୀ ସେନା
FILE - In this Aug. 19, 2021, file photo, Taliban fighters patrol in Kabul, Afghanistan. In the U.S. departure from Afghanistan, China has seen the realization of long-held hopes for a reduction of the influence of a geopolitical rival in what it considers its backyard. Yet, it is also deeply concerned that the very withdrawal could bring instability to that backyard - Central Asia - and possibly even spill over the border into China itself in its heavily Muslim northwestern region of Xinjiang. (AP Photo/Rahmat Gul, File)
- ପଞ୍ଜଶିରକୁ ତାଲିବାନ ହାତରେ ଟେକି ଦେଇ ହେବ ନାହିଁ: ଅହମଦ ଶାହା ମସୁଦ
- ମୁକାବିଲା କରିବା ପାଇଁ ୧୦ ହଜାର ଯୋଦ୍ଧା ପ୍ରସ୍ତୁତ : ପ୍ରତିରକ୍ଷା ମନ୍ତ୍ରୀ
କାବୁଲ : ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇସାରିଥିବା ତାଲିବାନ ପାଇଁ ଦେଶର ପଞ୍ଜଶିର ପ୍ରଦେଶ ଏବେ ମଧ୍ୟ ଅପହଞ୍ଚ ରହିଯାଇଛି। ଦେଶର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶିରରେ ରହିଥିବା ଏବଂ ନିଜକୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଘୋଷଣା କରିସାରିଛନ୍ତି। ଏଥିସହିତ ଅହମଦ ମାସୁଦ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ ଲଢୁଆ ଗୋଷ୍ଠୀ ସାଲେହଙ୍କୁ ସମର୍ଥନ ଦେବା ସହିତ ପଞ୍ଜଶିରକୁ ତାଲିବାନ କବଳରୁ ଏପର୍ଯ୍ୟନ୍ତ ମୁକ୍ତ ରଖିଛନ୍ତି। କାବୁଲର ଉତ୍ତର ପୂର୍ବକୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ ପଞ୍ଜଶିର ଉପତ୍ୟକା ଗତଥର ତାଲିବାନର ଆଫଗାନ ଦଖଲ ସମୟରେ ମଧ୍ୟ ସେମାନଙ୍କ କବଳରୁ ମୁକ୍ତ ରହିଥିଲା। ମାସୁଦ ଓ ଅମରୁଲ୍ଲା ସାଲେହ ତାଲିବାନକୁ କଡା ଚେତାବନୀ ଦେବା ସହିତ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିସାରିଛନ୍ତି। ଅନ୍ୟପକ୍ଷରେ ରୁଷିଆର ଖବର ସରବରାହ ସଂସ୍ଥା ସ୍ପୁଟନିକ ପକ୍ଷରୁ କୁହାଯାଇଛି ଯେ ତାଲିବାନ ଆତଙ୍କିମାନେ ସଂପ୍ରତି ପଞ୍ଜଶିର ନିକଟରେ ଶତାଧିକ ସଂଖ୍ୟାରେ ଜମା ହୋଇଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଆତଙ୍କି ଗୋଷ୍ଠୀ ଯେକୋ÷ଣସି ସମୟରେ ପଞ୍ଜଶିର ଉପରେ ଆକ୍ରମଣ କରିପାରନ୍ତି।
ଅମରୁଲ୍ଲା ସାଲେହ ଟ୍ୱିଟ୍ କରି କହିଛନ୍ତି, ତାଲିବାନ ଆତଙ୍କିମାନେ ଅନ୍ଦର୍ବ ଉପତ୍ୟକାର ପଡୋଶୀ ଅଞ୍ଚଳରେ ଜୋରଦାର ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ସେଥିରେ ବହୁ ସଂଖ୍ୟାରେ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା। ତାହାର ଦିନକ ପରେ ତାଲିବାନ ଆତଙ୍କି ବହୁ ସଂଖ୍ୟାରେ ପଞ୍ଜଶିର ପ୍ରବେଶ ପଥ ନିକଟରେ ଠୁଳ ହୋଇଛନ୍ତି। ଇତିମଧ୍ୟରେ ଅହମଦ ମାସୁଦଙ୍କ ନେତୃତ୍ୱାଧୀନ ଲଢୁଆ ଗୋଷ୍ଠୀ ସାଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ୧୯୮୦ ଦଶକରେ ତତ୍କାଳୀନ ସୋଭିଏତ ରୁଷ ବିରୋଧୀ ଆନ୍ଦୋଳନର ମୁଖ୍ୟ ନେତୃତ୍ୱ ନେଉଥିବା ଆଫଗାନିସ୍ତାନର ଅନ୍ୟତମ ଯୋଦ୍ଧା ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦ ସ୍ପଷ୍ଟ କରିଦେଇଛନ୍ତି ଯେ ପଞ୍ଜଶିର ଉପତ୍ୟକା ତାଲିବାନ ଆତଙ୍କିଙ୍କ ନିକଟରେ ଆତ୍ମସମର୍ପଣ କରିବ ନାହିଁ ଏବଂ ତାଙ୍କର ଲଢୁଆ ବାହିନୀ ଏହାର କଡା ଜବାବ ଦେବେ। ସେମାନେ ସୋଭିଏତ ୟୁନିୟନର ମୁକାବିଲା କରିସାରିଛନ୍ତି ଏବଂ ତାଲିବାନର ମୁକାବିଲା କରିବାକୁ ସମର୍ଥ ହେବେ।
ସେହିପରି ଆଫଗାନିସ୍ତାନର ପଳାତକ ରାଷ୍ଟ୍ରପତି ଅଶରଫ ଗନୀଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ, ଜେନେରାଲ ବିସ୍ମିଲ୍ଲାହ ମହମ୍ମଦ ଘୋଷଣା କରିଛନ୍ତି ଯେ, ସେମାନେ ପଂଜଶୀରକୁ ସୁରକ୍ଷା ଦେବେ । ସେ କହିଛନ୍ତି ଯେ, ପଂଜଶୀର ଘାଟୀରେ ତାଲିବାନର ବଳକୁ ବିରୋଧ କରିବେ । ଘାଟୀରେ ଉତ୍ତେଜନା ଜାରି ରହିଛି । ପଂଜୀଶରକୁ ଛାଡ଼ି ଆଫଗାନିସ୍ତାନର ବାକି ୩୩ଟି ରାଜ୍ୟ ତାଲିବାନ କବଜାରେ ଆସିବା ପରେ ଏହି ବୟାନ ଆସିଛି । ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନୀ, କାବୁଲରେ ତାଲିବାନର କବଜା ପୂର୍ବରୁ ଦେଶ ଛାଡ଼ି ପଳାୟନ କରିଥିଲେ । ସେ ୟୁନାଇଟେଡ ଆରବ ଇମିରାତରେ ଶରଣ ନେଇଛନ୍ତି । ନିକଟରେ ସେ ୟୁଏଇରେ ଥିବା ନେଇ ସ୍ପଷ୍ଟ କରିଥିଲେ । ୟୁଏଇ ପକ୍ଷରୁ ମଧ୍ୟ କୁହାଯାଇଥିଲା ଯେ, ମାନବୀୟ ଆଧାରରେ ଅଶରଫ ଗନୀଙ୍କୁ ଶରଣ ଦିଆଯାଇଛି । ଜେନେରାଲ ବିସ୍ମିଲ୍ଲାହ ମହମ୍ମଦଙ୍କ ଘୋଷଣା ତାଲିବାନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ପଂଜଶୀରରେ ସେନା ତାଲିବାନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ । ତାଲିବାନୀମାନେ ପଂଜୀଶରକୁ ନିଜ ଅକ୍ତିଆର କରିବା ସହଜ ନୁହେଁ । ତାଲିବାନୀ ସେନା ଅଳ୍ପ ଦିନ ଭିତରେ ଆଫଗାନିସ୍ତାନର ପଂଜୀଶରକୁ ଛାଡ଼ି ଅନ୍ୟ ୩୩ଟି ରାଜ୍ୟକୁ ନିଜର ଅଧିନକୁ ନେଇଯାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପଂଜୀଶରରେ ପ୍ରବେଶ କରିପାରି ନାହାନ୍ତି । କାରଣ କାରଣ ତାଲିବାନୀଙ୍କୁ ମୁକାବିଲା କରିବା ପାଇଁ ପଂଜୀଶରରେ ୧୦ ହଜାର ସୈନିକ ମୁତୟନ ଅଛନ୍ତି ।
