ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ ଘଟଣା, ହତ୍ୟାକାରୀ ବୋହୂ ଗିରଫ
ଯାଜପୁର : ଯାଜପୁର ଜିଲା ପାଣିକୋଇଲି ଥାନା ରଣପାଳ ଗାଁରେ ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ ଘଟଣାର ହତ୍ୟାକାରୀ ବୋହୂ ଗିରଫ। ଏନେଇ ତଦନ୍ତ ଜାରି ରହିଥିବା ବେଳେ ପାଣିକୋଇଲି ପୋଲିସ ବୋହୂ ରୂପା ହାତୀଙ୍କୁ ଢେଙ୍କାନାଳରୁ ଗିରଫ କରିଥିବାର ଜଣାପଡିଛି ।
ସୂଚନା ଯେ, ଗତ ୧୭ ତାରିଖରେ ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ରକରି ବିବାଦ ହୋଇଥିଲା । ଏହାପରେ ଶ୍ବଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ବୋହୂ । ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ବୋହୂ ରୂପା ହାତୀ। ତେବେ ୫ ଦିନ ଧରି ପୋଲିସ ଟିମ୍ର ଛାନ୍ଭିନ୍ ପରେ ଅଭିଯୁକ୍ତ ବୋହୂଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳରୁ ଗିରଫ କରିଛି ପାଇକୋଇଲି ପୋଲିସ ।
