ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରୀ
ମାଲକାନଗିରି : ମାଲକାନଗିରି ଗସ୍ତରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରବିବାର ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଆଜି ରାକ୍ଷୀ ପୁର୍ଣ୍ଣିମା ରହିଥିବାରୁ ବିଦ୍ୟାଳୟର ଛାତ୍ରୀମାନେ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଏହି ଅବସରରେ ଜିଲାରେ ସର୍ବାଧିକ ରେଜଲ୍ଟ ଦେଉଥିବା ଏହ ବିଦ୍ୟାଳୟକୁ ପରିଦର୍ଶନ କରିବା ସହ ଏହାର ଉନ୍ନତିକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ।
