ବିଶ୍ୱରେ ଆଉ ୬,୭୫,୫୨୩ ସଂକ୍ରମିତ ଓ ୯,୯୫୫
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୧୪ଲକ୍ଷ ୮୬ହଜାର ୪୧୪ ଓ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୨୬ହଜାର ୪୨୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୭୫ହଜାର ୫୨୩ ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୯୫୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୧୪ଲକ୍ଷ ୮୬ହଜାର ୪୧୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୨୬ହଜାର ୪୨୭ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୯୨ଲକ୍ଷ ୪୮ହଜାର ୯୦୫ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୮ଲକ୍ଷ ୧୧ହଜାର ୨୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୮୩ଲକ୍ଷ ୮୪ହଜାର ୩୪୬ ସଂକ୍ରମିତ ଓ ୬ଲକ୍ଷ ୪୪ହଜାର ୨୮୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୫ ଲକ୍ଷ ୨୮ହଜାର ୯୯ ସଂକ୍ରମିତ ଓ ୫ଲକ୍ଷ ୭୩ ହଜାର ୬୫୮ମୃତ, ଋଷିଆରେ ୬୭ ଲକ୍ଷ ୫ ହଜାର ୫୨୩ ସଂକ୍ରମିତ ଓ ୧ଲକ୍ଷ ୭୪ ହଜାର ୪୮୫ ମୃତ, ଫ୍ରାନ୍ସରେ ୬୫ ଲକ୍ଷ ୭୯ ହଜାର ୬୭୫ ସଂକ୍ରମିତ ଓ ୧ ଲକ୍ଷ ୧୩ ହଜାର ୧୮୬ ମୃତ, ୟୁକେରେ ୬୪ ଲକ୍ଷ ୨୯ ହଜାର ୧୪୭ ସଂକ୍ରମିତ ଓ ୧ ଲକ୍ଷ ୩୧ ହଜାର ୪୮୭ ମୃତ, ତୁର୍କୀରେ ୬୧ ଲକ୍ଷ ୭୭ହଜାର ୬୯୦ ସଂକ୍ରମିତ ଓ ୫୪ ହଜାର ୯୫ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୨୪ ହଜାର ୯୬୩ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୭୦ମୃତ, କଲୋମ୍ବିଆରେ ୪୮ ଲକ୍ଷ ୮୩ ହଜାର ୯୩୨ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୨୩ମୃତ, ସ୍ପେନରେ ୪୭ ଲକ୍ଷ ୭୦ ହଜାର ୪୫୩ ସଂକ୍ରମିତ ଓ ୮୩ ହଜାର ୧୩୬ ମୃତ, ଇରାନରେ ୪୬ ଲକ୍ଷ ୧୬ ହଜାର ୫୧୬ ସଂକ୍ରମିତ ଓ ୧ ଲକ୍ଷ ୮୧୦ମୃତ ରହିଛନ୍ତି।
