ଦେଶରେ ଆଉ ୩୪,୪୫୭ କରୋନା ସଂକ୍ରମିତ ଚିହ୍ନଟ ଓ ୩୭୫ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୦୦୦ପାର କରିଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ଟପିଛି । ଦେଶରେ କୋରୋନା ଆରୋଗ୍ୟ ହାର ମଧ୍ୟ ୯୭.୫୪% କୁ ବୃଦ୍ଧି ପାଇଛି । ସେହିପରି ଦୈନିକ ସଂକ୍ରମଣ ହାର ୨.୦୦ % ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୮% ରହିଛି। ଦେଶରେ ମୋଟ ୫୦.୪୫ କୋଟି ନମୁନା ପରୀକ୍ଷା କରାଯାଇଛି ଏବଂ ଏହି ସମୟ ମଧ୍ୟରେ ୫୭.୬୧ କୋଟି ପାନ ଟିକା ଦିଆଯାଇଛି। ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦୀର୍ଘ ୧୫୧ ଦିନ ମଧ୍ୟରେ ସର୍ବନିମ୍ନ ।
ଶନିବାର ଗତ ୨୪ଘଣ୍ଟାରେ ୩୪ହଜାର ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୬ହଜାର ୩୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୩ଲକ୍ଷ ୯୩ହଜାର ୨୮୬ କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୩ହଜାର ୯୪୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୫ଲକ୍ଷ ୯୭ହଜାର ୯୮୨ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୬୧ହଜାର ୩୪୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
