ତାଲିବାନୀଙ୍କ ଠାରୁ ୩ଟି ଜିଲା ଛଡ଼ାଇ ନେଲେ ମୁଜାହିଦ୍ଦିନ ସଂଗ୍ରାମୀ
କାବୁଲ : ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ଦେଶରେ ବିରୋଧ କ୍ରମାଗତ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମୁଜାହିଦ୍ଦିନ ସଂଗ୍ରାମୀମାନେ କିଛି ତାଲିବାନୀ ଯୋଦ୍ଧାଙ୍କୁ ହତ୍ୟା କରି ସେମାନଙ୍କୁ ବାଗଲାନ୍ ପ୍ରଦେଶର ପୋଲ-ଏ-ହେସାର, ଦେହ ସାଲାହ ଏବଂ ବାନୁ ଜିଲାରୁ ପଛକୁ ଫେରିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଖେର ମହମ୍ମଦ ଆଣ୍ଡ୍ରାବୀଙ୍କ ନେତୃତ୍ୱରେ ମୁଜାହିଦ୍ଦିନ୍ ସଂଗ୍ରାମୀମାନେ ତାଲିବାନୀଙ୍କ ହାତରୁ ଏହି ଅଞ୍ଚଳ ଦଖଲ କରିଥିବା ଦାବି କରିଛନ୍ତି। ତେବେ ତାଲିବାନ ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତି ଦିଆଯାଇ ନାହିଁ ।
Public’s Resistance Forces under Khair Muhammad Andarabi claim that they have captured Pol-e-Hesar, Deh Salah and Banu districts in #Baghlan and advancing towards other districts. They are saying that the Taliban did not act in the spirit of a general amnesty. #Taliban pic.twitter.com/AS8isXlwNC
— Aśvaka – آسواکا News Agency (@AsvakaNews) August 20, 2021
ଆଫଗାନିସ୍ତାନ ନ୍ୟୁଜ୍ ଏଜେନ୍ସି ଅସବକା ଅନୁଯାୟୀ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଅନେକ ତାଲିବାନୀ ଯୋଦ୍ଧା ଆହତ ହୋଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି। ମୁଜାହିଦ୍ଦିନ ସଂଗ୍ରାମୀମାନେ କହିଛନ୍ତି ଯେ, ଏହି ୩ଟି ଜିଲା ଦଖଲ ପରେ ଏବେ ସେମାନେ ତାଲିବାନ ହାତରୁ ଅନ୍ୟ ଜିଲ୍ଲାକୁ ନେବା ପାଇଁ ଆଗକୁ ବଢୁଛନ୍ତି । ଉକ୍ତ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ଭିଡିଓରେ ମୁଜାହିଦ୍ଦିନ ସଂଗ୍ରାମୀମାନେ ଦଖଲ କରିଥିବା ଜିଲ୍ଲାରେ ଲୋକମାନେ ଆଫଗାନିସ୍ତାନର ପତାକା ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି ।
