ଭୁବନେଶ୍ୱର : ୨୪୨ ଆକ୍ରାନ୍ତ, ୧୮୧ ସୁସ୍ଥ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୨୪୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଲୋକାଲ କଂଟାକ୍ଟ ୧୭୯ ଏବଂ କ୍ୱାରେଂଟିନରୁ ୬୬ ଜଣ ବୋଲି ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ୧୮୧ ଜଣ ସୁସ୍ଥ ହୋଇଛନ୍ତି । ଏହାସହିତ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ି ୧,୦୫,୦୦୦ରେ ପହଂଚିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୧,୦୦,୭୦୮ ରହିଛି । ସେହିପରି ୩୨୯୨ଟି ସକ୍ରିୟ ମାମଲା ଥିବାବେଳେ ୯୭୯ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି ।
