ବାଲେଶ୍ୱର : ୮ ବାଇକ୍ ଜବତ, ୩ ଲୁଟେରା ଗିରଫ
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ୍ ବାଇକ୍ଚୋରୀ ମାମଲାରେ ବାଲିଆପାଳ ଥାନା ଅନ୍ତର୍ଗତ ବଡକସବା ଗାଁର ରାଜୀବ ଗିରି ଓରଫ ରାଜୁ, ସିଂଲା ଥାନା ଅନ୍ତର୍ଗତ ମାଛରଂକା ଗାଁର ଗୋପାଳ ଜେନା ଏବଂ ବାଲିଆପାଳ ଥାନା ଅନ୍ତର୍ଗତ ଖଗଡାପାଳ ଗାଁର ବାୟା ଓରଫ ରଂଜନ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଜବତ ହୋଇଥିବା ବାଇକ
ସୂଚନା ଯେ, ଗତ ୧୮ତାରିଖରେ ଗୌତମ ଦାସ ନାମକ ବ୍ୟକ୍ତି ନିଜର ଓଡି୦୧ଏ-୬୨୫୭ ନମ୍ବର ବିଶିଷ୍ଟ ଗ୍ଲୋମର ହିରୋ ମଟରସାଇକଲ ସାରଥୀସଂଘ ନିକଟବର୍ତୀ ପଂଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ରଖିଥିଲା ବେଳେ ତାହା ଚୋରି ହୋଇଥିବା ଥାନାରେ ଏତଲା ଦେଇଥିଲେ । ଗତ ୧୯ତରାରିଖରେ ଫକୀରମୋହନ ଗୋଲେଇରେ ପୋଲିସ୍ ମାସ୍କ ପିନ୍ଧିନଥିବା ଜଣେ ବାଇକ୍ ଆରୋହୀକୁ ଗାଡି କାଗଜ ପତ୍ର ମାଗିବାରୁ ସେ ସନ୍ତୋଷ ଜନକ ଉତର ଦେଇପାରିନଥିଲା । ଅଧିକ ଜେରା ପରେ ତାକୁ ଥାନାରେ ପଚରା ଉଚୁରା କରାଯିବା ପରେ ସେ ବାଲିଆପାଳ ବାଲେଶ୍ୱର ସହର, ସିଂଲା, ଜଳେଶ୍ୱର ଆଦି ଅଂଚଳରୁ ମୋଟ୍ ୮ଟି ଗାଡି ଚୋରି କରିଥିବା କହିଥିଲା । ପରେ ରାଜୀବ ଉକ୍ତ ବାଇକ୍ଟିକୁ ଚୋରି କରିଥିବାର ସ୍ୱୀକାର କରିଥିଲେ । ଶୁକ୍ରବାର ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସହଦେବଖୁଣ୍ଟା ଥାନା ସବ୍-ଇନ୍ସପେକ୍ଟର ବିରଞ୍ôଚ ସାହୁ ପ୍ରକାଶ କରିଛନ୍ତି ।
