ବାଲେଶ୍ୱର : ଡମ୍ପର ଧକ୍କାରେ ମହିଳା ମୃତ, ଡ୍ରାଇଭର ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାର ୬୦ ନଂ. ଜାତୀୟ ରାଜପଥର ବସ୍ତା ଥାନା ଅମର୍ଦ୍ଦା ଫାଣ୍ଡି ଅନ୍ତର୍ଗତ ବେଣାପୁରା ଛକ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଚାଲିଚାଲି ଯାଉଥିବା ଜଣେ ମହିଳାଙ୍କୁ ଡମ୍ପର ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ ମହିଳାଜଣକ ବେଣାପୁରା ଅଞ୍ଚଳର ସୁରୁଜି ମାଝୀ (୫୭) ।
ସୂଚନା ଯେ, ଡମ୍ପର ନଂ (ଓଆର୍୦୧ଏଲ୍-୬୨୨୧) ଟି ଦ୍ରୁତବେଗରେ ଯାଉଥିବା ବେଳେ ମହିଳାଙ୍କୁ ଚାପି ଦେଇଥିଲା । ଖବରପାଇ ଆଇଆଇସି ସୁବ୍ରତ ବେହେରା, ସବ୍-ଇନ୍ସପେକ୍ଟର ପ୍ରଶାନ୍ତ କୁମାର ପାଣି ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଡମ୍ପରକୁ ଜବଦ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲେ । ଏ ନେଇ ପୋଲିସ ଏକ ମାମଲା (ନଂ. ୨୪୦/୨୧) ରୁଜୁ କରି ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବାର ଜଣାପଡ଼ିଛି ।
