ଆଇସିସି ଟି-୨୦ ବିଶ୍ୱକପ: ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନକୁ ମୁକାବିଲା
ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ଜାରି ହୋଇଥିବା ଟି-୨୦ ପୁରୁଷ ବିଶ୍ୱକପ୍ ପାଇଁ ଖେଳ ସୂଚୀ ଜାରି କରାଯାଇଛି । ଏହି ଫଟାଫଟ୍ କ୍ରିକେଟ ମହାକୁମ୍ଭ ଅକ୍ଟୋବର ୧୭ ରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୪ ଯାଏଁ ଓମାନ ଓ ୟୁଏଇରେ ଖେଳାଯିବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର ଆସିଛି । ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ। ଏହି ପରିପ୍ରେକ୍ଷୀରେ ସୁପର ସଣ୍ଡେ ମୁକାବିଲାରେ ଅକ୍ଟୋବର ୨୪ରେ ଭାରତ-ପାକ୍ ମୁକାବିଲା ଅନୁଷ୍ଠିତ ହେବ ।
Mark your calendars ?
— ICC (@ICC) August 17, 2021
Get ready for the 2021 ICC Men’s #T20WorldCup bonanza ?
ଖେଳ ସୂଚୀ ଅନୁସାରେ, ଟିମ୍ ଇଣ୍ଡିଆ ଅକ୍ଟୋବର ୨୪ରେ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ।ଏହାପରେ ୨ୟ ମ୍ୟାଚ୍ ୩୧ରେ ନ୍ୟୁଜିଲାଣ୍ଡ ସହିତ ଖେଳିବାକୁ ଥିବା ବେଳେ ନଭେମ୍ବର ୩ରେ ଆଫଗାନିସ୍ତାନକୁ ଭେଟିବ । ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ ମୁକାବିଲା ନଭେମ୍ବର ୧୦ ତାରିଖରେ ଖେଳାଯିବ। ଏହି ମ୍ୟାଚ୍ ଆବୁଧାବୀରେ ଖେଳାଯିବ। ସେହିପରି ଦ୍ଵିତୀୟ ସେମିଫାଇନାଲ ମୁକାବିଲା ନଭେମ୍ବର ୧୧ ତାରିଖରେ ଦୁବାଇରେ ଖେଳାଯିବ। ସବୁଠୁ ବଡ଼ କଥା ହେଲା ଦୁଇ ସେମି ଫାଇନାଲ ମୁକାବିଲା ପାଇଁ ରିଜର୍ଭ ଡେ’ ରଖିଛି ଆଇସିସି। ସେହିପରି ନଭେମ୍ବର ୧୪ ତାରିଖରେ ଖେଳାଯିବ ଫାଇନାଲ ମୁକାବିଲା। ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ୍ ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ। ସେମି ଫାଇନାଲ ପରି ଫାଇନାଲ ମୁକାବିଲା ପାଇଁ ରିଜର୍ଭ ଡେ ରଖିଛି ବିସିସିଆଇ। ସୂଚନା ଯେ, ଚଳିତ ଟି-୨୦ ବିଶ୍ୱକପ୍କୁ ବିସିସିଆଇ ଭାରତରେ ଆୟୋଜନ କରିବାର ଥିଲା । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱକପ୍କୁ ଓମାନ ଓ ୟୁଏଇକୁ ସ୍ଥାନାନ୍ତରିତ କରିଛି ବିସିସିଆଇ । ତେବେ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅକ୍ଟୋବର ୧୭ରୁ ଆରମ୍ଭ ହୋଇ ନଭେମ୍ବର ୧୪ ଯାଏଁ ଚାଲିବ ।
