ବିଶ୍ୱରେ ଆଉ ୫,୧୦,୭୬୭ ସଂକ୍ରମିତ ଓ ୭,୫୪୨
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୮୬ଲକ୍ଷ ୩୮ହଜାର ୨୫୩ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୮୨ହଜାର ୮୮୨କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୧୦ହଜାର ୭୬୭ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୫୪୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୮୬ଲକ୍ଷ ୩୮ହଜାର ୨୫୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୮୨ହଜାର ୮୮୨ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୭୦ ଲକ୍ଷ ୩୬ହଜାର ୪୫ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୨ଲକ୍ଷ ୧୯ହଜାର ୩୨୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୭୭ଲକ୍ଷ ୧୯ହଜାର ୪୬୭ ସଂକ୍ରମିତ ଓ ୬ଲକ୍ଷ ୩୮ହଜାର ୭୩୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୩୭ ଲକ୍ଷ ୮ହଜାର ୯୮୬ ସଂକ୍ରମିତ ଓ ୫ଲକ୍ଷ ୬୯ ହଜାର ୫୮୧ମୃତ, ଋଷିଆରେ ୬୬ ଲକ୍ଷ ୨୧ ହଜାର ୬୦୧ ସଂକ୍ରମିତ ଓ ୧ଲକ୍ଷ ୭୧ ହଜାର ୩୦୫ ମୃତ, ଫ୍ରାନ୍ସରେ ୬୪ ଲକ୍ଷ ୭୬ ହଜାର ୮୬୪ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୭୫୩ ମୃତ, ୟୁକେରେ ୬୨ ଲକ୍ଷ ୯୫ ହଜାର ୬୧୩ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୭୫୩ ମୃତ, ତୁର୍କୀରେ ୬୦ ଲକ୍ଷ ୯୬ ହଜାର ୮୧୬ ସଂକ୍ରମିତ ଓ ୫୩ ହଜାର ୩୨୪ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୮୮ ହଜାର ୨୭୧ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୧୦୫ମୃତ, କଲୋମ୍ବିଆରେ ୪୮ ଲକ୍ଷ ୭୦ ହଜାର ୯୨୨ ସଂକ୍ରମିତ ଓ ୧ ଲକ୍ଷ ୨୩ ହଜାର ୫୮୦ମୃତ, ସ୍ପେନରେ ୪୭ ଲକ୍ଷ ୧୯ ହଜାର ୨୬୬ ସଂକ୍ରମିତ ଓ ୮୨ ହଜାର ୫୯୫ ମୃତ, ଇରାନରେ ୪୪ ଲକ୍ଷ ୬୭ ହଜାର ୧୫ ସଂକ୍ରମିତ ଓ ୯୮ ହଜାର ୪୮୩ମୃତ ରହିଛନ୍ତି।
