ଆସନ୍ତାକାଲି ଭୁବନେଶ୍ୱର ଆସିବେ ଭାରତୀୟ ମହିଳା ଓ ପୁରୁଷ ହକି ଖେଳାଳୀ
- ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କ ନୈଶ୍ୟ ଭୋଜିରେ ସାମିଲ ହେବେ
ଭୁବନେଶ୍ୱର : ଭୁବନେଶ୍ୱର ଆସିବେ ଭାରତୀୟ ହକି ଟିମ୍ । ୧୭ ତାରିଖ ସକାଳ ୧୧ଟା ୧୦ରେ ମହିଳା ଓ ପୁରୁଷ ହକି ଦଳ ଆସି ପହଂଚିବେ । ଭୁବନେଶ୍ୱର ବିମାନବନ୍ଦରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପରେ ଖେଳାଳି ବାହାରିବେ ହୋଟେଲ ସାଣ୍ଡି ଟାୱାର ଅଭିମୁଖେ । ବିମାନବନ୍ଦରରେ ଖେଳାଳିଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା । ହୋଟେଲ ସ୍ୟାଣ୍ଡି ଟାୱାରରେ ଖେଳାଳିଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ୱାଗତ ପାଇଁ ବିଭିନ୍ନ ରକମର ଫୁଲରେ ତୋରଣ କରାଯିବା ସହ ସ୍ୱତନ୍ତ୍ର ମେନ୍ୟୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ ଖେଳାଳିଙ୍କ ହୋଟେଲ ରୁମକୁ ମଧ୍ୟ ସୁନ୍ଦର ଭାବେ ସଜାଯାଇଛି, କିଚେନରେ ଚାଲିଛି ଖାଦ୍ୟ ପ୍ରସ୍ତୁତିର ସଜବାଜ । ପୁରା ହୋଟେଲକୁ ଖେଳାଳିଙ୍କ ସ୍ୱାଗତ ପାଇଁ ସ୍ୱତନ୍ତ୍ର ଭାବେ ସଜାଯାଇଛି । ସେପଟେ ହୋଟେଲ ବୟଙ୍କଠାରୁ ଆରମ୍ଭ କରି ୱେଟର ପର୍ଯ୍ୟନ୍ତ ସିନିୟର ଫାକଲଟି ସମସ୍ତେ ବଡ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଗରୁ ଖେଳାଳି ସ୍ୟାଣ୍ଡି ଟାୱାରରେ ରହିସାରିଛନ୍ତି । କିନ୍ତୁ ଏଥର ଖେଳାଳିଙ୍କ ରହଣି ଟିକିଏ ନିଆରା । ଟୋକିଓ ଅଲିମ୍ପିକରେ ଗ୍ରେଟ୍ ବ୍ରିଟେନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା ଟିମ୍ ଇଣ୍ଡିଆ । ତେବେ ଖେଳାଳିଙ୍କ ପାଇଁ ରେଷ୍ଟୁରାଂଟ ଜିନିଆରେ ମେନ୍ୟୁରେ ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ । କ୍ୟାପଟେନ୍ ମନପ୍ରୀତଙ୍କ ପ୍ରଥମ ପସନ୍ଦ ଗାରଲିକ୍ ନାନ୍ ଓ ମଟନ୍ ବିରିୟାନୀ । ଏହାସହ ମିଠାରେ ପ୍ରଥମ ପସନ୍ଦ ଛେନାପୋଡ । ଲଂଚ୍ କରିବା ପରେ ସନ୍ଧ୍ୟାରେ ଲୋକସେବା ଭବନର କନଭେନସନରେ ଦିଆଯିବ ସ୍ୱତନ୍ତ୍ର ସମ୍ବର୍ଦ୍ଧନା । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନୈଶ୍ୟ ଭୋଜିରେ ସାମିଲ ହେବେ ହକି ଖେଳାଳି । ୧୮ ତାରିଖ ସକାଳ ୮ଟା ୩୦ରେ ଦିଲ୍ଲୀ ଯିବେ ଖେଳାଳି ।
ସେହିପରି ସକାଳ ଜଳଖିଆରେ ପୁରୁଷ ଓ ମହିଳା ହକି ଟିମର ଖେଳାଳି ପ୍ରଥମେ ପିଇବେ ଫଳ ଜୁସ, ମିଲକ ସେକ, କର୍ଣ୍ଣ?ଫେଲକ୍ସ । ଏହାପରେ ସେମାନଙ୍କ ପାଇଁ ପରଟା, ଇଡଲି, ଉପମା, ବରା ଓ ଦୋସା ଆଦି ବ୍ୟବସ୍ଥା ହୋଇଛି । ସେହିପରି ଯେଉଁ ଖେଳାଳିମାନେ ନିରାମିଷ ଖାଇବେ ସେମାନଙ୍କ ପାଇଁ ସୁଫିଆନା ପନିର ଟିକା, କ୍ରିସ୍ପି କର୍ଣ୍ଣ କବାବ, ଡାଲ ଫ୍ରାଏ, ଚିଲି ମସରୁମ ବେବି କର୍ଣ୍ଣ, ମେଥି କର୍ଣ୍ଣ ପନିର ପଲକ ଆଦି ଖାଦ୍ୟ ରହିଛି । ଏଥିସହିତ ଛେନାପୋଡ଼, ରସଗୁଲା, ଗୁଲାବ ଜାମୁନ ଓ ଆଇସକ୍ରିମ ଆଦିର ବ୍ୟବସ୍ଥା ବି କରାଯାଇଛି । ଯେଉଁ ଖେଳାଳିମାନେ ଆମିଷ ଖାଇବେ ସେମାନଙ୍କ ପାଇଁ ମଟନ ଦମ ବିରିୟାନି, ମଟନ କୁରମା, ବଟର ଚିକେନ, ପେପର ଗାର୍ଲିକ ଫିସ, ତନ୍ଦୁରୀ ଚିକେନ ଓ ଫିସ ଫିଙ୍ଗର ଆଦି ରହିଛି । ନିରାମିଷ ଖାଉଥିବା ଖେଳାଳିମାନଙ୍କ ପାଇଁ ରାତ୍ରି ଭୋଜନରେ ପନିର ପଞ୍ଜାବ ମସାଲା, ଚିଲି ଗାର୍ଲିକ ନୁଡୁଲ, ମେଥି ମଲାଇ ମଟର, ଡାଲ ମଖନୀ ଓ ମସରୁମ ବୈବି କର୍ଣ୍ଣ ରହିଛି । ମଟନ କଷା ସହିତ ଚକୁଳି, ଚିଲି ପ୍ରନ ଓ ଫିସ ହଟ ଗାର୍ଲିକ ସସ ଆଦି ଆମିଷ ଖାଉଥିବା ?ଖେଳାଳିଙ୍କ ପାଇଁ ପ୍ରସ୍ତୁତ କରାଯିବ ।
