ଏଣିକି ଜରୁରୀକାଳୀନ ପରିସ୍ଥିତିରେ ୧୦୦ ପରିବର୍ତ୍ତେ ୧୧୨ ଡାଏଲ୍ କରିବାକୁ ପଡିବ
- ମିଳିବ ଜରୁରୀକାଳୀନ ପୋଲିସ ସେବା
ଭୁବନେଶ୍ୱର : ଡାଏଲ୍ ୧୦୦ ବର୍ତ୍ତମାନ ୧୧୨ ସହିତ ମିଶ୍ରଣ ହୋଇଛି । ଭୁବନେଶ୍ୱର ସମେତ ଓଡିଶାର ଲୋକଙ୍କୁ ଅନୁରୋଧ କରୁଛୁ, ଏଣିକି ଜରୁରୀକାଳୀନ ପରିସ୍ଥିତିରେ ୧୦୦ ଡାଏଲ୍ କରିବା ପରିବର୍ତ୍ତେ ୧୧୨ ଡାଏଲ୍ କରିବାକୁ ପଡିବ । ପୂର୍ବରୁ ୧୦୦କୁ ଡାଏଲ କଲେ ପୋଲିସ ସେବା ମିଳିପାରୁଥିଲା । ମାତ୍ର ଏବେ ୧୧୨ରେ ମିଳିବ ଜରୁରୀକାଳୀନ ସେବା । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।
ସେପଟେ ଭୁବନେଶ୍ୱରରେ ଷ୍ଟ୍ରିଟ୍ କ୍ରାଇମ୍ ହ୍ରାସ ପାଇଁ କମିଶନରେଟ୍ ପୋଲିସ ପଦକ୍ଷେପ ନେଇଛି । ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହୋଇଛି ‘ସରାଇ’ ଆପ୍ । ‘ସରାଇ’ ଆପ୍ ରେ ପ୍ରତିଦିନ ଆଗନ୍ତୁକଙ୍କ ତଥ୍ୟ ଓ ବିବରଣୀ ଦେବାକୁ ନିର୍ଦ୍ଦେଶ ରହିଛି । ହୋଟେଲକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପ୍ ରେ ପଞ୍ଜୀକୃତ ହେବ । ଆଧାରକାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚୟ ପତ୍ର ଏହି ଆପ୍ ରେ ଅପଲୋଡ୍ କରିବେ ହୋଟେଲ କର୍ମଚାରୀ । ଯାହାଦ୍ବାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
