ଲର୍ଡ୍ସରେ ବଲ୍ ଟ୍ୟାମ୍ପରିଂ କଲେ ଇଂଲଣ୍ଡ ଖେଳାଳି! ଗଣମାଧ୍ୟମରେ ଫଟୋ ଭାଇରାଲ୍
ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଲର୍ଡ୍ସରେ ଖେଳାଯାଉଛି। ଏହି ମ୍ୟାଚର ରବିବାର ଚତୁର୍ଥ ଦିବସର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏଥିରେ ଇଂଲଣ୍ଡର ଖେଳାଳି ନିଜ ଜୋତା ବଳରେ ବଲକୁ ଚପାଉଛନ୍ତି ଏବଂ ଏହାକୁ ସ୍ପାଇକରେ ଘସିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଲୋକେ ଏହି ଫଟୋକୁ ଶେଆର୍ କରି ପଚାରୁଛନ୍ତି ଯେ କ’ଣ ଏହା ବଲ୍ ଟ୍ୟାମ୍ପରିଂ ମାମଲା ନୁହେଁ ?
Yeh kya ho raha hai.
— Virender Sehwag (@virendersehwag) August 15, 2021
Is it ball tampering by Eng ya covid preventive measures ? pic.twitter.com/RcL4I2VJsC
କେବଳ ଏତିକି ନୁହେଁ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ଏ ସମ୍ବନ୍ଧିତ ଫଟୋକୁ ଶେଆର୍ କରି ପଚାରିଛନ୍ତି’ ଏସବୁ କ’ଣ ହେଉଛି ? କ’ଣ ଏହା ଇଂଲଣ୍ଡ ଖେଳାଳିଙ୍କ ବଲ୍ ଟ୍ୟାମ୍ପରିଂ କରିବାର ପ୍ରୟାସ ନା କୋଭିଡରୁ ରକ୍ଷା ପାଇବା ପାଇଁ ଉପାୟ ? ସେହିପରି କ୍ରିକେଟରୁ କମେଣ୍ଟେଟର ହୋଇଥିବା ଆକାଶ ଚୋପ୍ରା ମଧ୍ୟ ସୋସିଆଲ ମିଡିଆରେ ପଚାରିଛନ୍ତି, ବଲ୍ ଟ୍ୟାମ୍ପରିଂ? ଏହାବ୍ୟତୀତ ଅନ୍ୟ କିଛି ୟୁଜରର ମଧ୍ୟ ଏହାର ଫଟୋ ଶେଆର୍ କରିଛନ୍ତି ଏବଂ ଲେଖିଛନ୍ତି, ଏ ଇଂଲଣ୍ଡ ଖେଳାଳିମାନେ ଆଦୌ ସୁଧୁରିବେ ନାହିଁ।
