ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୬୭ ଜଣଙ୍କୁ ବୀରତା ପଦକ
- ୨ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ଓ ୧୧ଜଣଙ୍କୁ ମିଳିବ ପୋଲିସ ପଦକ
ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ଏଟଂଥିସାହିତ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦିଆଯିବା ସହ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ ବିଭିନ୍ନ ପଦକ ସହ ସମ୍ମାନିତ କରାଯିବ। ଏନେଇ ଶନିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ପଦକ ଲାଗି ମନୋନୀତ ପୋଲିସ କର୍ମଚାରୀଙ୍କ ନାମ ପ୍ରକାଶ କରାଯାଇଛି। ଏହି ଅବସରରେ ଓଡ଼ିଶାର ୨ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ, ୬୭ଜଣଙ୍କୁ ବୀରତା ପଦକ ଓ ୧୧ଜଣଙ୍କୁ ଉତ୍ତମ ସେବା ପାଇଁ ପୋ ଲିସ ପଦକ ମିଳିବ ବୋଲି ଜଣାପଡ଼ିଛି ।
ଆଜି ଭାରତ ସରକାରଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଅବସରରେ ୬୭ ଓଡ଼ିଶା ପୋଲିସ କର୍ମଚାରୀଙ୍କୁ ବୀରତା ପଦକ ଦିଆଯିବ ବୋଲି ଘୋଷଣା କରାଯାଇଛି । ଚଳିତ ବର୍ଷ ଓଡ଼ିଶାରୁ ଅଧିକ ପୋଲିସ କର୍ମଚାରୀଙ୍କୁ ପଦକ ଲାଗି ମନୋନୀତ କରାଯାଇଥିବାରୁ ଏହା ଓଡ଼ିଶା ପାଇଁ ଆନନ୍ଦର ବିଷୟ।
