କ୍ରିକେଟ୍ରୁ ସନ୍ନ୍ୟାସ ନେଲେ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ଉନ୍ମୁକ୍ତ ଚାନ୍ଦ
ନୂଆଦିଲ୍ଲୀ: ଭାରତକୁ ୨୦୧୨ରେ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇଥିବା କ୍ୟାପଟେନ୍ ତଥା ଦିଲ୍ଲୀର ବ୍ୟାଟସମ୍ୟାନ ଉନ୍ମୁକ୍ତ ଚାନ୍ଦ ଭାରତରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଶୁକ୍ରବାର ସେ ତାଙ୍କର ଅଫିସିଆଲ ଟ୍ୱିଟର୍ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ଉନ୍ମୁକ୍ତଙ୍କର ବୟସ ମାତ୍ର ୨୮ ଏବଂବ ତାଙ୍କର ଆମେରିକା କ୍ରିକେଟ୍ ଲିଗରେ ଖେଳିବା ନେଇ ଖବର ମିଳିଛି। ଉନ୍ମୁକ୍ତ ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଏବେ ତାଙ୍କ ଜୀବନର ନୂଆ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଉନ୍ମୁକ୍ତ ମଧ୍ୟ ସ୍ମୃତି ଭାବେ ନିଜର ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କ କ୍ରିକେଟ୍ କ୍ୟାରିୟରର ସ୍ୱର୍ଣ୍ଣିମ ଦିନର ଫଟୋ ଲଗାଯାଇଛି। ଏଥିସହ ଆମେରିକା ପକ୍ଷରୁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଉନ୍ମୁକ୍ତ ଚାନ୍ଦ ଘରୋଇ କ୍ରିକେଟରେ ଦିଲ୍ଲୀ ଓ ଉତ୍ତରାଖଣ୍ଡ ଦଳ ପାଇଁ ଖେଳି ସାରିଛନ୍ତି। ସେହିପରି ଉନ୍ମୁକ୍ତ ଭାରତକୁ ଅଣ୍ଡର୍-୧୯ ବିଶ୍ୱକପ୍ ଜିତାଇବା ପରେ ସିନିୟର ଟିମରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ। ତାଙ୍କୁ ଆଇପିଏଲରେ ୨୧ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି, କିନ୍ତୁ ସେଥିରେ ମଧ୍ୟ ସେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।
T1- On to the next innings of my life #JaiHind?? pic.twitter.com/fEEJ9xOdlt
— Unmukt Chand (@UnmuktChand9) August 13, 2021
ଉନ୍ମୁକ୍ତ ଚାନ୍ଦ ଟ୍ଵିଟ୍ କରି ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ସେ ଏହା ଲେଖି ନାହାନ୍ତି ଯେ, ସେ ଆମେରିକା ପକ୍ଷରୁ ଖେଳିବେ। ଉନ୍ମୁକ୍ତ ଲେଖିଛନ୍ତି, କ୍ରିକେଟ୍ ଏକ ସାର୍ବଜନୀନ ଖେଳ। ହୋଇପାରେ ଅର୍ଥ ବଦଳିଯିବ ମାତ୍ର ଉଦ୍ଦେଶ୍ୟ ଗୋଟିଏ ହିଁ ରହିବ। ସମସ୍ତଙ୍କ ଇଚ୍ଛା ଶୀର୍ଷସ୍ତରରେ ଖେଳିବା। ଏଥିସହ ମୋର ସମସ୍ତ ସମର୍ଥକ ଓ ପ୍ରଶଂସକଙ୍କୁ ମୋର ଧନ୍ୟବାଦ ଯେଉଁମାନେ ମୋତେ ଭଲ ପାଇବା ଦେବା ସହ ହୃଦୟରେ ରଖିଛନ୍ତି। ମୁଁ ନିଜକୁ ଭାଗ୍ୟଶାଳୀ ମାନୁଛି ଯେ, ମୋ ପାଖରେ ଏମିତି ଲୋକ ଅଛନ୍ତି। ସମସ୍ତଙ୍କୁ ଧନ୍ୟବାଦ। ଆଗାମୀ ଅଧ୍ୟା ପାଇଁ ଆଗକୁ ବଢୁଛି।
T3- On to the next innings of my life #JaiHind?? pic.twitter.com/w84kWeCqhM
— Unmukt Chand (@UnmuktChand9) August 13, 2021
ସୂଚନା ଯେ, ୨୦୧୨ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର୍-୧୯ ବିଶ୍ୱକପ୍ ଫାଇନାଲରେ ଉନ୍ମୁକ୍ତ ଚାନ୍ଦ ୧୧୧ ରନର ଅପରାଜିତ ଇନିଂସ୍ ଖେଳି ଭାରତକୁ ଚାମ୍ପିୟନ୍ କରାଇଥିଲେ। ଏହା ପରେ ଏକ ସମୟରେ ଉନ୍ମୁକ୍ତ ଚାନ୍ଦଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟକ କୁହାଯାଉଥିଲା, କିନ୍ତୁ ଏହି ପ୍ରତିଭାଶାଳୀ କ୍ରିକେଟରଙ୍କ କ୍ୟାରିୟର ଉତଥାନ ଓ ପତନ ଭରା ରହିଥିଲା। ଏବେ ସେ ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ଅଲବିଦା କହି ଦେଇଛନ୍ତି। ଉନ୍ମୁକ୍ତ ଭାରତରେ ବହୁତ କ୍ରିକେଟ୍ ଖେଳିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ଉନ୍ମୁକ୍ତ ଉତ୍ତରାଖଣ୍ଡ ଟିମର ପ୍ରତିନିଧିତ୍ୱ କରିଛନ୍ତି। ସେ ୬୭ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୩୧.୫୭ ହାରରେ ୩୩୭୯ ରନ୍ କରିଛନ୍ତି, ଯେଉଁଥିରେ ୮ ଶତକ ଅଛି।
