ପୌର ନିର୍ବାଚନ ପାଇଁ ମାମଲା ଦାଏର
ଭୁବନେଶ୍ୱର : ରାଜ୍ୟରେ ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର କରାଯାଇଛି। ୩ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ମାମଲା ଦାଏର ହୋଇଛି। ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ ଦାଖଲ କରିଥିବାବେଳେ କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପିଟିସନ ଦାଖଲ କରିଛନ୍ତି। ସେହିପରି ପୁରୀ ପାଇଁ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଦ୍ବାରା ପିଟିସନ ଦାଖଲ କରାଯାଇଛି। ୩ଟିଯାକ ମାମଲାର ଆଡଭୋକେଟ ଅଛନ୍ତି ପୀତାମ୍ବର ଆଚାର୍ଯ୍ୟ। ସେ ଏହି ୩ଟି ଯାକ ମାମଲାର ପରିଚାଳନା କରିବେ ବୋଲି ସୂଚନା ମିଳିଛି।
