ଆଇସିସି ଟେଷ୍ଟ ମାନ୍ୟତା : ଖସିଲେ କୋହଲି, ଟପ୍-୧୦ରେ ବୁମ୍ରା
ଦୁବାଇ : ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବୋଲିଂ କରିଥିବା ଷ୍ଟାର୍ ପେସ୍ ବୋଲର୍ ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍-୧୦ରେ ଏଣ୍ଟ୍ରୀ କରିଛନ୍ତି। କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ଷତି ହୋଇଛି। ସେପ୍ଟେମ୍ବର, ୨୦୧୯ରେ କ୍ୟାରିୟରର ଶ୍ରେଷ୍ଠ ତୃତୀୟ ସ୍ଥାନ ହାସଲ କରିଥିବା ବୁମ୍ରା ଏକାଥରକେ ୧୦ଟି ସ୍ଥାନ ଉପରକୁ ଉଟି ନବମରେ ପହଞ୍ଚିଛନ୍ତି। ନଟ୍ଟିଂହାମ ଟେଷ୍ଟରେ ବୁମ୍ରା ୧୧୦ ରନ୍ ଦେଇ ୯ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗୋଲ୍ଟେନ୍ ଡକ୍ର ଶିକାର ହୋଇଥିବା ବିରାଟ୍ କୋହଲି ଗୋଟିଏ ସ୍ଥାନ ସହ ପଞ୍ଚମକୁ ଖସି ଆସିଛନ୍ତି। ତେବେ ବିରାଟଙ୍କ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି ଇଂଲିଶ ଟିମ୍ କ୍ୟାପଟେନ୍ ଜୋ ରୁଟ୍। ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୬୪ ଓ ୧୦୯ ରନ୍ର ଇନିଂସ୍ ଖେଳିଥିବା ରୁଟ୍ଙ୍କୁ ୪୯ ପଏଣ୍ଟର ଫାଇଦା ହୋଇଛି। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଷଷ୍ଠ ଓ ସପ୍ତମ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ଭାରତର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତିନୋଟି ସ୍ଥାନ ଉପରକୁ ଉଠି ୩୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ୮୪ ଓ ୨୬ ରନ୍ କରିଥିବା ଓପ୍ନର ରାହୁଲ୍ ୫୬ତମ ସ୍ଥାନ ହାସଲ କରି ରାଙ୍କିଙ୍କରେ ପ୍ରବେଶ କରିଛନ୍ତି। ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିବା ଜାଡେଜାଙ୍କୁ ଅଲରାଉଣ୍ଡର ରାଙ୍କିଙ୍ଗରେ ଗୋଟିଏ ସ୍ଥାନର ଫାଇଦା ହୋଇଛି। ଜାଡେଜା ଏବେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଟିମର ସିନିୟର ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଅଲରାଉଣ୍ଡର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଥିବା ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ କାଏମ୍ ରଖିଛନ୍ତି। ଶାର୍ଦ୍ଦୁଲ ଠାକୁର ୧୯ଟି ସ୍ଥାନ ଉପରକୁ ଉଠି ୫୫ତମ ସ୍ଥାନରେ ପହଞ୍ଚିଥିବା ବେଳେ ଇଂଲଣ୍ଡର ଭେଟେରାନ୍ ପେସର୍ ଜେମ୍ସ ଆଣ୍ଡରସନ୍ ଗୋଟିଏ ସ୍ଥାନ ସହ ସପ୍ତମକୁ, ଓଲି ରବିନସନ୍ ୨୨ଟି ସ୍ଥାନ ଉପରକୁ ଉଠି ୪୬ତମ ସ୍ଥାନରେ ପହଞ୍ଚିଛନ୍ତି।
↗️ Jasprit Bumrah is back in the top 10
— ICC (@ICC) August 11, 2021
↗️ James Anderson, Joe Root move up
Players from England and India make gains in the latest @MRFWorldwide ICC Men's Test Rankings.
Full list: https://t.co/OMjjVx5Mgf pic.twitter.com/z2icdZFYpe
ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ ୯୦୧ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ଅଷ୍ଟ୍ରେଲିଆର ବ୍ୟାଟସମ୍ୟାନ ଷ୍ଟିଭ୍ ସ୍ମିଥ୍ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଷ୍ଟିଭ୍ ସ୍ମିଥ୍ଙ୍କ ଆଇସିସି ଟେଷ୍ଟ ରାଙ୍କିଂରେ ୮୯୧ ପଏଣ୍ଟ ରହିଛି। ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ୮୭୮ ପଏଣ୍ଟ ସହ ତୃତୀୟରେ ରହିଛନ୍ତି। କୋହଲି ପଞ୍ଚମରେ ରହିଥିବା ବେଳେ ରୋହିତ ଶର୍ମା ଷଷ୍ଠ ଓ ଋଷଭ ପନ୍ତ ସପ୍ତମରେ ରହିଛନ୍ତି। ଅଷ୍ଟମରେ ଡେଭିଡ୍ ଓ୍ଵାର୍ଣ୍ଣର, ନବମରେ କ୍ଵିଣ୍ଟନ ଡିକକ୍ ଓ ଦଶମରେ ରହିଛନ୍ତି ନ୍ୟୁଜିଲାଣ୍ଡର ହେନରି ନିକୋଲାସ। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ନର୍ଟିଂହାମ ଟେଷ୍ଟରେ ଘାତକ ବୋଲିଂ ଫାଇଦା ମିଳିଛି। ଦଶମ ସ୍ଥାନ ଉପରକୁ ଉଠି ସେ ପୁନର୍ବାର ଟପ୍-୧୦ରେ ପ୍ରବେଶ କରିଛନ୍ତି। ବୁମରା ଆଇସିସି ଟେଷ୍ଟ ଦ୍ଵାରା ଜାରି ବୋଲିଂ ମାନ୍ୟତାର ନବମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ରେଟିଂ ପଏଣ୍ଟ ୭୬୦ ରହିଛି। ବୁମରାଙ୍କ ଟେଷ୍ଟରେ ସର୍ବଶ୍ରେଷ୍ଠ ବୋଲିଂ ମାନ୍ୟତା ହେଉଛି ୩। ସେ ଏହାକୁ ୨୦୧୯ ସେପ୍ଟେମ୍ବରରେ ହାସଲ କରିଥିଲେ। ବୁମରା ଇଂଲଣ୍ଡ ବିପକ୍ଷ ନର୍ଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୦ ରନ ଦେଇ ୯ ଓ୍ଵିକେଟ୍ ହାସଲ କରିଥିଲେ। ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ମାନ୍ୟତାରେ ଉନ୍ନତି ଘଟାଇ ସପ୍ତମ ସ୍ଥାନକୁ ଉଠିଛନ୍ତି। ଆଣ୍ଡରସନ ନର୍ଟିଂହାମ ଟେଷ୍ଟରେ ପ୍ରଥମ ଇନିଂସରେ ୫୪ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। ଏହି ଟେଷ୍ଟରେ ଆଣ୍ଡରସନ ଟେଷ୍ଟରେ ତୃତୀୟ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଥିଲେ। ଆଣ୍ଡରସନ ପ୍ରଥମ ଇନିଂସରେ କେଏଲ ରାହୁଲଙ୍କୁ ଆଉଟ୍ କରି ୬୨୦ ଓ୍ଵିକେଟ୍ ହାସଲ କରିଥିଲେ। ଏଥିସହ ସେ ଭାରତର ପୂର୍ବତନ ଲେଗ୍ ସ୍ପିନର ଅନିଲ କୁମ୍ବଲେଙ୍କୁ ପଛରେ ପକାଇଥିଲେ। ବୋଲିଂରେ ପାଟ୍ କମିନ୍ସ ୯୦୮ ରେଟିଂ ସହ ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ଭାରତର ରବି ଚନ୍ଦ୍ରନ ଅଶ୍ଵିନ ୮୫୬ ରେଟିଂ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଟିମ୍ ସାଉଦି ୮୨୪ ରେଟିଂ ପଏଣ୍ଟ ସହ ତୃତୀୟରେ, ଜୋସ୍ ହେଜଲେଉଡ ଚତୁର୍ଥରେ, ନିଲ୍ ଓ୍ଵାଗନର ପଞ୍ଚମରେ ଓ କାଗିସୋ ରାବଡା ଷଷ୍ଠରେ ରହିଛନ୍ତି। ଅଷ୍ଟମରେ ଅଛନ୍ତି ଷ୍ଟୁଆର୍ଟ ବ୍ରଡ ଓ ଦଶମରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ ରହିଛନ୍ତି।
