ଦଶମ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସ୍କୁଲ ଘେରାଓ
ଭଦ୍ରକ : ଭଦ୍ରକ ଜିଲା ଧାମନଗର ବ୍ଲକର ଏକ ଘରୋଇ ସ୍କୁଲରେ ସୋମବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସିବିଏସଇ ଦଶମ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକମାନେ ସ୍କୁଲକୁ ଘେରିଛନ୍ତି ।
ସୂଚନା ଯେ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ବୋର୍ଡକୁ ଫଳ ପ୍ରଦାନରେ ଚଞ୍ଚକତା କରାଯାଇଥିଲା । ଏହାସହ କେତେକ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ନିକଟରେ ବ୍ୟକ୍ତିଗତ ଭାବେ ଟ୍ୟୁସନ ହେଉଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦିଆଯାଇଛି । ଏହି ଅଭିଯୋଗ କରି ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଓ ଛାତ୍ରଛାତ୍ରୀ ନାରାବାଜି କରିଛନ୍ତି । ତେବେ ଏନେଇ ସୁଲ ଅଧ୍ୟକ୍ଷ କହିଛନ୍ତି ଯେ, ମାର୍କ ନେଇ କୌଣସି ହସ୍ତକ୍ଷେପ ହୋଇ ନାହିଁ । ନିୟମ ଅନୁଯାୟୀ ବୋର୍ଡକୁ ଫଳାଫଳ ପଠାଯାଇଥିଲା । ତେବେ ଛାତ୍ରଛାତ୍ରୀ ମାନେ ଫଳ ପ୍ରକାଶକୁ ନେଇ ଥିବା ନିୟମ ବିଷୟରେ ସମ୍ପୂର୍ଣ ଅବଗତ ହେଲେ ଘଟଣା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।
