ଜଜ୍ ମୃତ୍ୟୁ ମାମଲା : ପୁଣିଥରେ କ୍ରାଇମ୍ ସିନ୍ ରିକ୍ରିଏଟ୍ କଲା ସିବିଆଇ
ରାଂଚି : ଧନବାଦ ଜିଲ୍ଲା ଏବଂ ସତ୍ର ନ୍ୟାୟାଧିଶ(ଅଷ୍ଟମ) ଉତମ ଆନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସିବିଆଇ ଯାଂଚ କରାଯାଇଛି । ସିବିଆଇ ଅଧିକାରୀ ରବିବାର ଦିନ ଘଟଣାସ୍ଥଳରେ ପହଂଚି ପୁଣିଥରେ ଘଟଣାର ରିକ୍ରିଏଟ କରିଛି । ଟିମ୍ ଘଟଣାସ୍ଥଳରେ ଅଟୋ ଏବଂ ଜଜ୍ ଡମି ସାହାଯ୍ୟରେ ଘଟଣାର ରିକ୍ରିଏଟ କରିଛି । ଟିମ୍ ଅଲଗା ଅଲଗା ବିନ୍ଦୁରୁ ଯାଂଚ କରି ଘଟଣା ସମ୍ବନ୍ଧରେ ପ୍ରମାଣ ସଂଗ୍ରମ କରିବାରେ ବ୍ୟସ୍ତ । ଏହା ପୂର୍ବରୁ ଶନିବାର ଦିନ ମଧ୍ୟ ସିବିଆଇ ଟିମ୍ ଏହି ସିନ୍ ରିକ୍ରିଏଟ କରିଥିଲେ ।
୨୮ ଜୁଲାଇ ଦିନ ଧନବାଦରେ ମର୍ଣ୍ଣିଂୱାକ ସମୟରେ ଏକ ଅଟୋ ଧକ୍କାରେ ଜଜ୍ ଉତମ ଆନନ୍ଦଙ୍କର ମୃତ୍ୟୁ ହୋଇଥିଲା । ୨୯ ଜୁଲାଇରେ ଗିରିଡିହ ଏବଂ ଧନବାଦରୁ ଆରୋପିଙ୍କୁ ଗିରଫ କରାଗଲା ।
