ରାଜ୍ୟରେ ଆଉ ୧୪୬୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୪୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୯୧୬ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୧ ଜଣ ଓ କଟକ ଜିଲ୍ଲାରୁ ୧୮୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ପୁରୀରୁ ୧୦୯, ବାଲେଶ୍ୱରରୁ ୯୨, ଯାଜପୁରରୁ ୭୮, ଜଗତସିଂହପୁରରୁ ୬୬, ଅନୁଗୁଳରୁ ୪୮, ଭଦ୍ରକରୁ ୪୨, କେନ୍ଦ୍ରାପଡ଼ା ଓ ମୟୂରଭଂଜରୁ ୪୧ରୁ ଲେଖାଏଁ ଓ ଢେଙ୍କାନାଳରୁ ୩୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୨୯, ସୁନ୍ଦରଗଡ଼ରୁ ୨୨, ରାୟଗଡ଼ାରୁ ୧୬, କନ୍ଧମାଳରୁ ୧୫, କେନ୍ଦୁଝର ଓ ସୁବର୍ଣ୍ଣପୁରରୁ ୧୧ ଲେଖାଏଁ, କୋରାପୁଟରୁ ୯, ବଲାଙ୍ଗୀର, କଳାହାଣ୍ଡି, ମାଲକାନିଗିରି ଓ ସମ୍ବଲପୁରରୁ ୮ ଜଣ ଲେଖାଏଁ, ଦେବଗଡ଼ ଓ ଗଂଜାମର ୭-୭, ବୌଦ୍ଧରୁ ୪, ଗଜପତି ୩, ବରଗଡ଼, ଝାରସୁଗୁଡ଼ା, ନବରଂଗପୁର, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
