ଅଗଷ୍ଟ ୧୫ରେ ଭୁବନେଶ୍ୱର, କଟକ ଓ ପୁରୀରେ ସଟ୍ଡାଉନ୍ କୋହଳ
ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉପଲକ୍ଷେ ଆସନ୍ତା ଅଗଷ୍ଟ ୧୫ (ରବିବାର)ରେ ରାଜ୍ୟର ୩ ସହରରେ କୋହଳ ହେବ ସପ୍ତାହାନ୍ତ ସଟ୍ଡାଉନ । ଭୁବନେଶ୍ୱର, କଟକ ଓ ପୁରୀରେ ଦିନ ୧୧ଟା ଯାଏ କଟକଣା କୋହଳ । ପତାକା ଉତ୍ତୋଳନ ବେଳେ ୧୦ ଜଣରୁ ଅଧିକ ଲୋକ ଏକାଠି ହେବା ମନା । ସେହିପରି ଅନ୍ୟ ସ୍ଥାନଗୁଡ଼ିକରେ ୨୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ଏକାଠି ହେଉଥିବା ଲୋକ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ । ସରକାରୀ ଅଫିସ୍ଗୁଡ଼ିକ ପାଇଁ ବି ଲାଗୁ ହେବ ପତାକା ଉତ୍ତୋଳନ କଟକଣା । କାର୍ଯ୍ୟକ୍ରମ ଅବସରରେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରଖିବେ ଏବଂ ସମସ୍ତ କୋଭିଡ କଟକଣା ପାଳନ କରିବେ। ଏହି ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ପାଇଁ ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
