ଭୂମିକମ୍ପ ଆଲର୍ଟ ଆପ୍ ବନାଇଲା ରୁରକୀ ଆଇଆଇଟି
ରୁଡ଼କୀ : ଆଇଆଇଟି ରୁର଼କିର ବୈଜ୍ଞାନିକମାନେ ଏକ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ଭୂମିକମ୍ପ ଘଟିବା ପୂର୍ବରୁ ସତର୍କ କରିବ । ଦେଶରେ ପ୍ରଥମ ଥର ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଭୂକମ୍ପର ୨୦ ସେକେଣ୍ଡ ପୂର୍ବରୁ ଏହା ସତର୍କ ହେବ । ଆହୁରି ମଧ୍ୟ ଯଦି ଭୂକମ୍ପ ହେତୁ ଜଣେ ବ୍ୟକ୍ତି କୌଣସି ସ୍ଥାନରେ ଅଟକି ଯାଆନ୍ତି ତେବେ ଏହି ଆପ୍ ତାଙ୍କ ଅବସ୍ଥାନ ବିଷୟରେ ମଧ୍ୟ ସୂଚନା ଦେବ ।
ଏହି ଆପ୍ ଉତର ପ୍ରଦେଶ ସରକାର, ଆଇଆଇଟି ରୁଡ଼କୀ ଏବଂ ଉତରପ୍ରଦେଶ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦଳ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଆଇଆଇଟି ରୁଡ଼କିରେ ଚାରି ବର୍ଷ ଧରି ଏହା ଉପରେ କାର୍ଯ୍ୟ କରିଥିଲା । ଏହାର ନାମ ଉତରାଖଣ୍ଡ ଭୂକମ୍ପ ଆଲର୍ଟ ରଖାଯାଇଛି । ଯେକେହି ଏହାକୁ ମୋବାଇଲ୍ ଫୋନରେ ଡାଉନଲୋଡ଼ କରିପାରିବେ । କୁହାଯାଇଛି ଯେ, ଏହି ଆପ୍ ସକ୍ରିୟ ହେବ ଏବଂ ୫.୫ ତୀବ୍ରତାର ଭୂକମ୍ପ ଘଟିବା ପରେ କାମ ଆରମ୍ଭ କରିବ । ଏଥିପାଇଁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
