ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ
- ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ : ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିବା ସହ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀର ସମର୍ଥନ ପାଇଁ ଆହ୍ୱାନ ଦେଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ । ମାଇଁ ହ୍ୟାଣ୍ଡଲୁମ ମାଇଁ ପ୍ରାଇଡ ବିଚାରଧାରାକୁ ଆଗେଇ ନେଇ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆମ ବୁଣାକାରମାନଙ୍କୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ହେବା । ଆସନ୍ତୁ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀକୁ ସମର୍ଥନ କରିବା ।” ଅଲମ୍ପିକ ମେଡାଲ ବିଜେତା ସାଇଖୋମ ମୀରାବାଈ ଚାନୁଙ୍କ ଟ୍ୱିଟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟରେ କହିଛନ୍ତି; “ଗତ କିଛି ବର୍ଷ ହେଲା ହସ୍ତତନ୍ତ ପ୍ରତି ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି । ମୀରାବାଈ ଚାନୁ ମାଇଁ ହ୍ୟାଣ୍ଡଲୁମ ମାଇଁ ପ୍ରାଇଡ ବିଚାରଧାରାକୁ ସମର୍ଥନ କରୁଥିବାରୁ ଆନନ୍ଦିତ । ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ହସ୍ତତନ୍ତ କ୍ଷେତ୍ର ଅବଦାନ ଦେଇ ଚାଲିଥିବ ବୋଲି ମୋର ଦୃଢ ବିଶ୍ୱାସ ।”
