ବିଶ୍ୱରେ ଆଉ ୬,୮୭,୮୧୮ ସଂକ୍ରମିତ ଓ ୧୦,୦୯୨ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୨୩ଲକ୍ଷ ୫୦ହଜାର ୫୯୮ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୮୯ହଜାର ୫୮୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ଆମେରିକା, ଭାରତ, ବ୍ରାଜିଲ, ରୁଷିଆ, ଫ୍ରାନ୍ସ, କାନାଡା, ଜର୍ମାନୀ, ଫ୍ରାନ୍ସ ଆଦି ଦେଶରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୮୭ହଜାର ୮୧୮ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୯୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୨୩ଲକ୍ଷ ୫୦ହଜାର ୫୯୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୮୯ହଜାର ୫୮୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୧୮ଲକ୍ଷ ୬୧ହଜାର ୯୨୬ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୧ଲକ୍ଷ ୯୯ହଜାର ୮୩ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୬୪ଲକ୍ଷ ୪୨ହଜାର ୮୫୩ ସଂକ୍ରମିତ ଓ ୬ଲକ୍ଷ ୩୨ହଜାର ୬୩୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୧ ଲକ୍ଷ ୮ହଜାର ୭୪୬ ସଂକ୍ରମିତ ଓ ୫ଲକ୍ଷ ୬୧ ହଜାର ୮୦୭ମୃତ, ଋଷିଆରେ ୬୪ ଲକ୍ଷ ୨ ହଜାର ୫୬୪ ସଂକ୍ରମିତ ଓ ୧ଲକ୍ଷ ୬୩ ହଜାର ୩୦୧ ମୃତ, ଫ୍ରାନ୍ସରେ ୬୨ ଲକ୍ଷ ୫୮ ହଜାର ୯୫୩ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୧୫୮ ମୃତ, ୟୁକେରେ ୬୦ ଲକ୍ଷ ୧୪ ହଜାର ୨୩ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୧୭୮ ମୃତ, ତୁର୍କୀରେ ୫୮ ଲକ୍ଷ ୭୦ ହଜାର ୭୪୧ ସଂକ୍ରମିତ ଓ ୫୧ ହଜାର ୯୭୬ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୨ ହଜାର ୯୫୧ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୨୧୩ମୃତ, କଲୋମ୍ବିଆରେ ୪୮ ଲକ୍ଷ ୨୮ ହଜାର ୫୮୩ ସଂକ୍ରମିତ ଓ ୧ ଲକ୍ଷ ୨୨ ହଜାର ୮୭ମୃତ, ସ୍ପେନରେ ୪୫ ଲକ୍ଷ ୮୮ ହଜାର ୧୩୨ ସଂକ୍ରମିତ ଓ ୮୨ ହଜାର ୬ ମୃତ, ଇଟାଲିରେ ୪୩ ଲକ୍ଷ ୬୯ ହଜାର ୯୬୪ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୧୩୬ମୃତ ରହିଛନ୍ତି ।
