ଟୋକିଓ ଅଲିମ୍ପିକ୍ସ : ଆଜି କାଜାଖସ୍ତାନର ଏର୍ଣ୍ଣାଜାରଙ୍କୁ ଭେଟିବେ ବଜରଙ୍ଗ
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଶୁକ୍ରବାର ୧୫ତମ ଦିବସ। ଆଜି ରେସଲିଂରେ ଭରତ ପାଇଁ ବଜରଙ୍ଗ ଶେଷ ଆଶା ରେସଲର ବଜରଙ୍ଗ ପୁନିଆ । ବଜରଙ୍ଗ ଭାରତ ପାଇଁ ଆଉ ଏକ ପଦକ ଜିତିବାକୁ ଚେଷ୍ଠା କରିବେ । ୬୫ କିଲୋ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବଜରଙ୍ଗ ଶୁକ୍ରାବର ଦିନ କାଜାଖସ୍ତାନର ଏର୍ଣ୍ଣାଜାର ମକ୍ମାତାଲିଏଭଙ୍କୁ ଭେଟିବେ ।
ସେହିପରି ମହିଳା ୫୦ କିଲୋ ବର୍ଗରେ ସୀମି ବିସଲାଟ୍ୟୁନିସିଆର ସାରା ହମଦିଙ୍କୁ ଭେଟିବେ । ୫୦କିଲୋ ମିଟର ରେସ୍ ୱାଗଇଭେଣ୍ଟରେ ଗୁରପ୍ରୀତ ସିଂହ, ମହିଳା ୨୦କିଲୋ ମିଟର ରେସ ୱାକ ଇଭେଣ୍ଟରେ ଭାବନା ଓ ପ୍ରିୟଙ୍କା ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ବ୍ୟତୀତ ପୁରୁଷ ୪ଗୁଣା ୪୦୦ମିଟର ରିଲେ ଦଳ ପଦକ ସ୍ୱପ୍ନ ପୂରଣପାଇଁ ପ୍ରୟାସ କରିବ ।
