ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ମୁଖପାତ୍ର ଓ ଜିଲା ପ୍ରବକ୍ତାଙ୍କ ନାମ ଘୋଷଣା
ବାଲେଶ୍ୱର : ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡ଼ିଶା ପ୍ରଦେଶର ମୁଖପାତ୍ର ଓ ବିଭିନ୍ନ ଜିଲାର ପ୍ରବକ୍ତାଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି । ନୂଆପଡ଼ା ଜିଲାର ପରିଚିତ ଚେହେରା ତଥା ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ଯଦୁମଣି ପାଣୀଗ୍ରାହୀ, ଭୁବନେଶ୍ୱରର ଦିଲ୍ଲିପ ସ୍ୱାଇଁ, ଜ୍ଞାନଞ୍ଜଳି ପରିଡ଼ା ଏବଂ ବାଲେଶ୍ୱର ଜିଲାର ମିହିର ପାଣି ମୁଖପାତ୍ର ଭାବରେ ମନୋନୀତ ହୋଇଛନ୍ତି । ସେହିପରି ରାଜ୍ୟ ପ୍ରବକ୍ତା ଭାବରେ ଭୁବନେଶ୍ୱରର ସରୋଜ ସାହୁ ଓ ସିପ୍ରା ହୀରା, ବ୍ରହ୍ମପୁରରୁ ସୂର୍ଯ୍ୟନାରାୟଣ ଦାଶ, ରାୟଗଡ଼ାରୁ ଯୋଗେଶ ଦାସ, ରାଉରକେଲାରୁ ନୃସିଂହ ଚରଣ ଜେନା, ସମ୍ବଲପୁରରୁ ମିଲନ ମହାରଣା, ଅନୁଗୁଳରୁ ଅନିରୁଦ୍ଧ ଦାସ ଓ ଜଗନ୍ନାଥ ଗଡ଼ ନାୟକ ସିଂ ଏବଂ କଟକରୁ ବିଶିଷ୍ଟ ଶ୍ରମିକ ନେତା ବସନ୍ତ କୁମାର ସାହୁଙ୍କୁ ମନୋନୀତ କରାଯାଇଥିବା ସଂଗଠନର ରାଜ୍ୟ ସଭାପତି ବିପିନ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ପ୍ରବକ୍ତା ମାନେ ମୁଖ୍ୟତଃ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଉତ୍ପନ୍ନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିବେ । ଦାରିଦ୍ର୍ୟତା, ଦରଦାମ, ପ୍ରଦୂଷଣ, ଅପରାଧ ବୃଦ୍ଧି, ଶିକ୍ଷାର େଅଧାଗତି,କୁପୋଷଣ, ବେରାଜଗାରୀ, ବେକାରୀ ସମସ୍ୟା, ବିଛିନ୍ନତାବାଦ ଓ ଉଗ୍ରବାଦ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳର ଅଭାବ ଓ ଦୂଷିତ ଜଳବାୟୁ , ପ୍ରାକୃତିକ ସମ୍ପଦର ଅଭାବ, ଜନହିତକାରି ସରକାରୀ ଯାଜନା ରୂପାୟନରେ ବିଫଳତା, ଆର୍ôଥକ ସ୍ଥିତିର ଦୂରାବସ୍ଥା, ଚାଷ ଓ ଜଙ୍ଗଲ ଜମିର ଅବକ୍ଷୟ, ହିନ୍ଦୁ ସଂସ୍କୃତି ଓ ସନାତନ ଧର୍ମ ପ୍ରତି ବିପଦ ଆଦି ସମ୍ପର୍କରେ ଅବଗତ କରିବେ ।
