ଆଜି ଠାରୁ ଖୋଲିବ ଶାବର ଶ୍ରୀକ୍ଷେତ୍ର
କୋରାପୁଟ : ଆଜି ଠାରୁ ଶ୍ରଦ୍ଧାଳୁ ପାଇଁ ଖୋଲିବ ଶାବର ଶ୍ରୀକ୍ଷେତ୍ର। ମନ୍ଦିର ପଛ ଗେଟ ଦେଇ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏନେଇ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ହେଲେ ମାସ୍କ ପରିଧାନ ଜରୁରୀ ଅଟେ। ଏହାସହ ମନ୍ଦିର ପରିସରରେ ମାକ୍ସ ରଖାଯିବା,ସେଠାରୁ ଭକ୍ତମାନେ କିଣି ମନ୍ଦିର ମଧ୍ୟକୁ ପ୍ରବେଶ କରିବେ।ହାଥଧୁଆ ସ୍ଥାନ ପରିଚଳନା ପକ୍ଷରୁ ସାବୁନ ଓ ସାନିଟାଇଜର ରଖାଯିବ। ସ୍ଥାନୀୟ ଆଦିବାସୀ ସଂଗ୍ରାହଳୟରେ ଭଚୁର୍ଆଲ ମୋଡରେ ପରିଚାଳନା କମିଟର ସଭାପତି ଡ.ପ୍ରଫୁଲ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
କୋଭିଡ ଜନିତ କଟକଣା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଥିଲା । ତେବେ ଅଗଷ୍ଟ ମାସର ଅନଲକରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲାପାଳ ନଷ୍ପତି ନେବେ ବୋଲି ଏସଆରସି ନିର୍ଦ୍ଦେଶ ଦେଇଥିଲେ । ସେହିପରି ଓଡିଶା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ସଂଖ୍ୟା ୪୨୯୦/ଆରଏନଡିଏମ ତାରିଖ ୩୧/୭/୨୧ ମୁତାବକ କୋଭିଡ-୧୯ ସମସ୍ତ କଟକଣା ଭିତରେ ମନ୍ଦିର ଖୋଲିବା ପାଇଁ ସଂପୃକ୍ତ ସଂସ୍ଥାମାନେ ବି ନିଷ୍ପତି ନେଇପାରିବେ । ଏହି ପରିପ୍ରେକ୍ଷୀରେ କୋରାପୁଟର ଆଦିବାସୀ ସଂଗ୍ରହାଳୟ ଠାରେ ମନ୍ଦିର ପରିଚାଳନା କମିଟିର ମନ୍ଦିର ଖୋଲିବା ପାଇଁ ଏକ ବୈଠକ ବସିଥିଲା । ଆଜିଠାରୁ ମନ୍ଦିର ଖୋଲିବା ପାଇଁ ସେଥିରେ ନିଷ୍ପତି ନିଆଯାଇଥିଲା । କୋଭିଡ-୧୯ ଜନିତ ସମସ୍ତ କଟକଣାମାନି ମନ୍ଦିର ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇ ଖୋଲିବାକୁ ନିଷ୍ପତି ନିଆଗଲା ବୋଲି ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସଂପାଦକ ଗଦାଧର ପରିଡା କହିଛନ୍ତି ।
