ଆଜି ପିଏମଜିକେଏଓ୍ୱାଇ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ରାଜ୍ୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ।
ସୂଚନା ଯେ, ପିଏମଜିକେଏଓ୍ୱାଇ ଏକ ଖାଦ୍ୟ ସୁରକ୍ଷା କଲ୍ୟାଣ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ପରିକଳ୍ପନା କୋଭିଡ- ୧୯ର ଆର୍ଥିକ ପ୍ରଭାବ କମାଇବା ଓ ସହାୟତା ପ୍ରଦାନ ପାଇଁ ହୋଇଥିଲା । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ସାମିଲ ସମସ୍ତ ହିତାଧିକାରୀଙ୍କୁ ଜଣ ପିଛା ଅତିରିକ୍ତ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ପ୍ରଦାନ କରାଯାଏ । ଏହି ଅବସରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
