ମୁମ୍ବାଇରେ ୩୦ କୋଟି ଟଙ୍କାର ବିଳାସମୟ ଫ୍ଲାଟ କିଣିଲେ ପାଣ୍ଡ୍ୟା ବ୍ରଦର୍ସ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କୃଣାଳ ପାଣ୍ଡ୍ୟା ଖୁବ କମ ସମୟ ମଧ୍ୟରେ ସଫଳତା ହାସଲ କରିଛନ୍ତି । ଏହି ୨ ଭାଇ ମୁମ୍ବାଇରେ ୩୦ କୋଟି ଟଙ୍କାରେ ବିଳାସମୟ ଫ୍ଲାଟ କିଣିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କର ଭାଇ କୃଣାଳଙ୍କ ଏହି ଫ୍ଲାଟଟି ୮୩୮ ବର୍ଗଫୁଟରେ ନିର୍ମାଣ ହୋଇଥିବା ବେଳେ ୮ଟି ବେଡ ରୁମ ରହିଛି । ସେହିପରି ଆପାର୍ଟମେଣ୍ଟରେ ଥ୍ରିଏଟର ମଧ୍ୟ ରହିଛି ।
ପାଣ୍ଡ୍ୟା ଭ୍ରାତା ବିଳସମୟ ଜୀବନ ବିତାଇପାଇଁ ବେଶ ଜଣାଶୁଣା । ବିଶ୍ୱ କ୍ରିକେଟରେ ଏହି ୨ ଭାଇ ବହୁତ କମ ସମୟ ମଧ୍ୟରେ ସଫଳତା ହାସଲ କରିଛନ୍ତି । ରିପୋର୍ଟ ଅନୁସାରେ ଏହି ଫ୍ଲାଟ ମୁମ୍ବାଇର ରୁସ୍ତମଜୀ ପାରାମାଉଣ୍ଟରେ ରହିଛି । ଏହି ସୋସାଇଟିରେ ବଲିଉଡ ଅଭିନେତା ଟାଇଗର ଶ୍ରାଫ ଏବଂ ଦିଶା ପଟାନୀ ରୁହନ୍ତି । ପାଣ୍ଡ୍ୟା ବ୍ରଦର୍ସଙ୍କ ଆପାର୍ଟମେଣ୍ଟରେ ଜିମ, ଗେମିଂ ଜୋନ ଏବଂ ଏକ ଘରୋଇ ସୁଇମିଂ ପୁଲ ମଧ୍ୟ ରହିଛି । ସୂଚନା ଯେ, ପୂର୍ବରୁ ଏହି ୨ ଭାଇ ପରିବାର ସହ ଭଦୋଦରାରେ ରହୁଥିଲେ । ଫଳରେ କଯୁବଶିଘ୍ର ଏମାନେ ନିଜର ପରିବାର ସହିତ ମୁମ୍ବାଇ ସ୍ଥାନାନ୍ତରଣ ହୋଇପାରନ୍ତି ବୋଲି ସୂଚନା ମିଳିଛି।
