ଆସନ୍ତାକାଲି ଠାରୁ ସବୁ ରୁଟ୍ରେ ‘ମୋ ବସ’
- ବାହାର ରାଜ୍ୟ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର : ମହାମାରୀ କରୋନା କଟକଣା ପାଇଁ ବନ୍ଦ ଥିବା ‘ମୋ ବସ୍’ ସେବା ଏଣିକି ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟ୍ରେ ଗଡ଼ିବ ‘ମୋ ବସ୍’। ସାପ୍ତାହିକ ଶଟଡାଉନ୍ ଯୋଗୁ ଶନିବାର ଓ ରବିବାର ବସ୍ ସେବା ବନ୍ଦ ରହିବ। ତେବେ ଏହି ସାପ୍ତାହିକ ଶଟଡାଉନବେଳେ ବିମାନବନ୍ଦରରୁ ରେଳଷ୍ଟେସନ ପର୍ଯ୍ୟନ୍ତ ବସ୍ ସେବା ଜାରି ରହିବ। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ । ବସ୍ରେ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କରୋନା କଟକଣା କୋହଳ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୨୫ଟି ରୁଟ୍ରେ ୧୯୪ଟି ବସ୍ ଚଳାଚଳ ଆରମ୍ଭ କରାଯିବ ବୋଲି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି।
??????? #MoBus ? service will resume on all the routes from 02.08.21, Monday.
— Capital Region Urban Transport (@CRUT_BBSR) July 31, 2021
Regular service will remain suspended on weekends.Bus service for incoming passengers will continue from Rly. Stn. to Cuttack & Khordha.Shuttle service will be there from Airport to Rly. Stn.
ତେବେ ସୋମବାରଠୁ ସବୁ ମାର୍ଗରେ ବସ୍ ଚଳପ୍ରଚଳ କଲେ ମଧ୍ୟ ବସରେ କୌଣସି ଯାତ୍ରୀଙ୍କୁ ଠିଆ ହୋଇ ଯିବାକୁ ସୁଯୋଗ ମିଳିବ ନାହିଁ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ବସ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ମୋ ବସରେ ଯାତାୟତବେଳେ ଯାତ୍ରୀମାନେ ନିଜ ଆଡ଼ୁ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି। ‘ମୋ ବସ୍’ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ନିୟମିତ ଭାବେ ବସଗୁଡ଼ିକ ସାନିଟାଇଜ୍ କରାଯାଉଛି ଓ ଯାତ୍ରୀଙ୍କ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦର ଓ ରେଳ ଷ୍ଟେସନରୁ କଟକ ଏବଂ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସଟଲ ବସ୍ ସେବା ଯୋଗାଇ ଦିଆଯିବ । ବସ୍ରେ ଯାତ୍ରା ସମୟରେ କୌଣସି ଯାତ୍ରୀ ଛିଡା ହୋଇଯିବେନି । ଯେତିକି ସିଟ୍ ସେତିକି ଲୋକ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର୍ ରଖିବାକୁ ପରାମର୍ଶ ଦିଆଯାଇଛି ।
