ଗୁଣ୍ଟୁରୁ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ : ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ୩ଲକ୍ଷ ଓ କମ୍ପାନୀ ମାଲିକଙ୍କ ୫ଲକ୍ଷ ଟଙ୍କା ସହାୟତା ଘୋଷଣା
ଗୁଣପୁର : ଆନ୍ଧ୍ରର ଗୁଣ୍ଟୁରୁ ଜିଲା ନିକଟ ଲାଙ୍କାଭାନିଦିବା ଗ୍ରାମ ନିକଟରେ ଥିବା ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରକ୍ରିୟାକରଣରେ କାମ କରିବାକୁ ଯାଇ ଗତ ଗୁରୁବାର ରାତ୍ର ୬ଜଣ ପ୍ରବାଶୀ ଓଡିଆ ଶ୍ରମିକଙ୍କ ଜୀବନ ଯାଇଥିବାବେଳେ ଆଜି ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ବିଧାୟକ ଓ ବିଜେଡି ନେତୃବର୍ଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ଜିଲାପାଳ, ଏସପି, ଲୋକପ୍ରତିନିଧିମାନଙ୍କ ସହ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍କ ଆଲୋଚନା କରିଛନ୍ତି। ମୃତକ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଶବ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଥିବାରୁ ଶବକୁ ଘରକୁ ନଆଣି ସେଠାରେ ହିଁ ଦାହ କରି ଫେରିଛନ୍ତି। ଆନ୍ଧ୍ର ପୁଲିସ ମୃକଙ୍କ ଶବ-ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଘଟଣ ପରେ ଆନ୍ଧ୍ର ୱାଇ,ଏସ ଜଗନମହୋନ ରେଡ୍ଡି ମୃତକ ପରିବାରକୁ ୩ଲକ୍ଷଟଙ୍କା ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ସଂପୁକ୍ତ ଚିଙ୍ଗୁଡିସଂସ୍ଥାର ମାଲିକ ମୃତକ ପରିବାକୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୃତ ୫ଜଣ ଶ୍ରମିକମାନଙ୍କ ମଧ୍ୟରୁ ୪ଜଣ ଅନଲାଇନ ମାଧ୍ୟମରେ ପାଠ ପଢିବା ନିମନ୍ତେ ମୋବାଇଲ କ୍ରୟ କରିବା ଆଶା ନେଇ ଦାଦନ ଖଟିବାକୁ ଯାଇ ଏଭଳି ଅଘଟଣର ଶୀକାର ହେବାକୁ ପଡିଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
ସୂଚନା ଯେ, ଗତ ଗୁରୁବାର ରାତ୍ର କାମଧନ୍ଦାରୁ ଫେରି ଅସ୍ଥାୟୀ କୁଡିଆରେ ଶୋଇଥିବାବେଳେ ହଠାତ୍ ସମସ୍ତ ଶ୍ରମିକ ମାନେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୫ଜଣ ଗୁଣପୁର ଅଞ୍ଚଳରୁ ହୋଇଥିବା ବେଳେ ଜଣେ ଗଜପତି ଜିଲା ଜୀରାଙ୍ଗ ରାୟଗଡା ଅଟେ। ଆଜି ଗୁଣପୁର ବିଧାୟକ ରଘୁାଥ ଗମାଙ୍ଗ, ଜିଲା ଛାତ୍ରବିଜେଡି ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ସମେତ ଏକ ବିଜେଡି ଟିମ ଅଘଟଣସ୍ଥଳରେ ପହଞ୍ଚଥିଲେ। ସେଠାରେ ଜିଲାପାଳ ବିବେକ ଯାଦବ, ଏସପି ବିଶାଳ ଗୁନୀ, ତହସିଲଦାର ବିଜୟଶ୍ରୀ, ରାଜ୍ୟସଭା ସାଂସଦ ଏମ.ରାବଣା ରାଓଙ୍କ ସହ ଘଟଣା ସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରିବା ସହ ମୃତକମାନେ ଅତ୍ୟନ୍ତ ଗରୀବ ଆଦିବାସୀ ହୋଇଥିବା ଆନ୍ଧ୍ର ସରକାର ଓ ଚିଙ୍ଗୁଡି ସଂସ୍ଥା କ୍ଷତିପୂରଣ ଦେବା ପାଇଁ ଦାବୀ କରିଥିଲେ। ଚିଙ୍ଗୁଡି ସଂସ୍ଥାର ମାଲିକ ଡି.ମାଣ୍ଡାଳି ପ୍ରତି ମୃତକ ପରିବାରକୁ ୫ଲକ୍ଷଟଙ୍କା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ ରେଡ୍ଡି ମୃତକ ୬ଓଡିଆ ଶ୍ରମିକଙ୍କୁ ୩ଲକ୍ଷ ଲେଖାଏଁ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ବିଧାୟକଙ୍କ ଘଟଣାସ୍ଥଳ ଗ୍ରସ୍ତ ପୂର୍ବରୁ ମୃତକ ପରିବାର ମଧ୍ୟ ସେଠାରେ ପହଞ୍ଚି ଯାଇଛନ୍ତି। ସେଠାରେ ଏକ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଓଡିଶା ସରକାରଙ୍କ ମୋ ପରିବାର ପକ୍ଷରୁ ଅଘଟଣ ଅଞ୍ଚଳରେ ୩୩ଜଣ ଶ୍ରମିକଙ୍କୁ ନିଜ ଭିଟାମାଟିକୁ ଏକ ସ୍ୱତନ୍ତ୍ର ଯାନରେ ଆଣୁଥିବା ଜିଲା ଛାତ୍ରବିଜେଡି ସଭାପତି ଶ୍ରୀପଣ୍ଡା ସୂଚନା ଦେଇଛନ୍ତି। ବିଡମ୍ବନା ଏହିକି ଉକ୍ତ ୩୩ଜଣ ମଧ୍ୟରେ ୧୫ଜଣ ନାବାଳକ ଓ ଅନ୍ୟନ୍ୟା ଶିକ୍ଷାନୁଷ୍ଟାନରେ ଅଧ୍ୟୟନ ବିଦ୍ୟାର୍ଥୀ ଅଟେ। ସୂଚନାଥାଉକି ଗତଏକ ମାସ ଜଣେ ଗୁଣପୁର ବ୍ଲକର ପୁଟାସିଂ ଗ୍ରାମର ବିଭୁ ଗାଣ୍ଠାନାମକ ଜଣେ ଶ୍ରମିକଚାଲଣ କରୁଥିବା ଦଲାଲ ବିଭିନ୍ନ ଘୋରେଇ କମ୍ପାନୀମାନଙ୍କ ଠାରୁ ମୋଟା କମିଶନ ନେଇ ବିଭିନ୍ନ ଗ୍ରାମ ବୁଲି ଶିଶୁଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟ ଚାଲଣ କରୁଛନ୍ତି। ବିଶେଷ କରି ଗତ କିଛି ମାସ ହେଲା କରୋନା ସଂକ୍ରମିତ ଭୟରେ ସରକାର ସ୍କୁଲଗୁଡିକ ବନ୍ଦ କରିଥିବାରୁ ଏହାର ସୁଯୋଗ ନେଇ ବିଦ୍ୟାର୍ଥୀାମାନଙ୍କୁ ବିଭିନ୍ନ ଅର୍ଥ ଆଦାୟର ମିଥ୍ୟ ପ୍ରଲୋଭନ ଦେଖାଇ ଶ୍ରମିକ ଚାଲଣ କରୁଛନ୍ତି ଏହି ଦଲାଲମାନେ।
