ଟୋକିଓ ଅଲିମ୍ପିକ୍ସ : ବକ୍ସିଂ କ୍ୱାର୍ଟରେ ସତୀଶ କୁମାର
- ପ୍ରତିପକ୍ଷ ରିକାର୍ଡୋ ବ୍ରାଉନଙ୍କୁକୁ ୪-୧ରେ କଲେ ପରାସ୍ତ
ଟୋକିଓ : ଟୋକିଓ ଅଲିମ୍ପିକର ଗୁରୁବାର ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ଆଜିର ଦିନରେ ଅନେକ ସଫଳତା ଆଣିଦେଇଛନ୍ତି । ପ୍ରଥମେ ତୀରଚାଳନା, ହକି ଓ ବ୍ୟାଡ଼ମିଣ୍ଟନ ପରେ ବକ୍ସିଂରେ ମଧ୍ୟ ଭାରତୀୟ ଖେଳାଳି ବିଜୟୀ ହୋଇଛନ୍ତି । ବକ୍ସିଂ କ୍ବାର୍ଟରରେ ପହଞ୍ଚିଛନ୍ତି ଭାରତର ସତୀଶ କୁମାର । ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ସତୀଶ କୁମାର । ପ୍ରତିଦ୍ୱନ୍ଦୀ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କଲେ ସତୀଶ ।
