କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର : ପ୍ରେମର କରୁଣା ପରିଣତି । କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ ବେଳେ ଯୁବତୀଙ୍କୁ ଧରିଲେ ସାଧାରଣ ଲୋକେ । ଏନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତ୍ମହତ୍ୟାର କାରଣ ଖୋଜୁଛି ।
ସୂଚନା ଯେ, ବୁଧବାର ଜଣେ ଯୁବତୀ କୁଆଖାଇ ନଦୀ ଗର୍ଭକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ କିଛି ସାଧାରଣ ଲୋକ ବାରଣ କରିଥିଲେ । ମୋତେ ଛାଡ଼.. ମୁଁ ବଞ୍ଚିବାକୁ ଚାହୁଁନାହିଁ…ମୁଁ ଡେଇଁବି’ । ମୋତେ ଅଟକାଅ ନାହିଁ । ଏ ଜୀବନ ରଖି କିଛି ଲାଭ ନାହିଁ । ଆଜି ମୁଁ ଜୀବନ ଶେଷ କରିଦେବି… । ଏ କୌଣସି ଯାତ୍ରା ବା ନାଟକର ସଂଳାପ ନୁହେଁ, ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ଯୁବତୀଙ୍କ ଚିକ୍ରାର । ଯୁବତୀ ଜଣକ ନଦୀକୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ଲୋକ ତାଙ୍କୁ ଅଟକାଇବାରୁ ଯୁବତୀ ଜଣକ ଏଭଳି କହିଛନ୍ତି । ସମ୍ପୃକ୍ତ ଯୁବତୀ ଜଣକ କୁଆଖାଇ ନଦୀ ପୋଲ ଉପରେ ଦୀର୍ଘ ଘଣ୍ଟାଏ ଧରି ନାକେଦମ କରିଦେଇଛନ୍ତି । ନଦୀକୁ ଡେଇଁବାକୁ ଉଦ୍ୟମ କରି ପଥଚାରୀ ଓ ପୋଲିସକୁ ନାକେଦମ କରିଛନ୍ତି । ଯୁବତୀ ଜଣକ ଚିତ୍କାର କରି ନଦୀକୁ ଡେଇଁବାକୁ ଉଦ୍ୟମ କଲା ବେଳେ ପଥଚାରୀମାନେ ତାଙ୍କୁ ଧରିଥିଲେ । ତେବେ ସେମାନଙ୍କ ହାତରୁ ଖସି ଯୁବତୀ ଜଣକ ନଦୀକୁ ଡେଇଁବାକୁ ବାରମ୍ବାର ଉଦ୍ୟମ କରିଥିଲେ । ଶେଷରେ ପୋଲିସ ଯୁବତୀଙ୍କୁ କାବୁ କରି ପିସିଆର ଭ୍ୟାନରେ ନେଇଯାଇଥିବା ଜଣାଯାଇଛି । ବୁଝାସୁଝା କରିବା ପରେ ଡାକ୍ତରୀ ମାଇନା ପାଇଁ ପଠାଇଦେଇଛି । ଯୁବତୀ ଜଣଙ୍କ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ଜଣଙ୍କ ଧୋକା ଦେବାପରେ ସେ ସହିଦନଗର ଥାନାରେ ଏ ସମ୍ପର୍କରେ ଜଣାଇଥିଲେ । ସେଠାରେ ପୋଲିସ କୌଣସି କଥା ନବୁଝିବାରୁ ଆତ୍ମହତ୍ୟା କରିବାକୁ ଏଭଳି ପଦକ୍ଷେପ ନେଇଥିଲେ ଯୁବତୀ ।
