କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ
ପୁଣେ : କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ନାଟେକର ବୟସାଧିକ ଜନିତ ରୋଗରେ ପୀଡ଼ିତ ହୋଇ ଗତ ତିନି ମାସ ହେବ ଅସୁସ୍ଥ ଥିଲେ।
ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମ ହୋଇଥିବା ନାଟେକର କ୍ରୀଡ଼ା ପ୍ରତି ତାଙ୍କର ଅବଦାନ ପାଇଁ ୧୯୬୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୫୬ ମସିହାରେ ଅନ୍ତର୍ଜାତୀୟ ପଦକ ଜିତିଥିବା ପ୍ରଥମ ଭାରତୀୟ ହେଉଛନ୍ତି ନନ୍ଦୁ ନାଟେକର। ତାଙ୍କ କ୍ୟାରିୟରରେ ସେ ୧୦୦ରୁ ଊର୍ଦ୍ଧ୍ବ ଜାତୀୟ ଏବଂ ଅନ୍ତର୍ଜାତୀୟ ଟାଇଟଲ୍ ଜିତିଛନ୍ତି। ତାଙ୍କ ସମୟରେ ବ୍ୟାଡ଼ମିଣ୍ଟନ ଖେଳାଳିମାନଙ୍କ ମଧ୍ୟରେ ନାଟେକର ବିଶ୍ୱର ୩ ନମ୍ବର ଖେଳାଳି ଥିଲେ।
