କୃଷି ଆଇନ ପ୍ରତ୍ୟାହାର ଦାବି : ଟ୍ରାକ୍ଟର ଚଲାଇ ସଂସଦ ଆସିଲେ ରାହୁଲ
ନୁଆଦିଲ୍ଲୀ : ଦୁଇଦିନର ବିରତି ପରେ ଆଜିଠୁ ପୁଣି ଅରମ୍ଭ ହେଉଛି ସଂସଦ ମୌସୁମୀ ଅଧିବେଶନ କାର୍ଯ୍ୟ । ତେବେ ଆଜି ଏକ ଭିନ୍ନ ଢଙ୍ଗରେ ସଂସଦକୁ ଏଣ୍ଟ୍ରି କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କୁ ସମର୍ଥନ ଜଣାଇ କ ଟ୍ରାକ୍ଟର ଚଲାଇ ସଂସଦରେ ପହଞ୍ଚି ଥିଲେ । ତେବେ ସଂସଦ ପରିଶରରେ ବୈଧ ପାସ୍ ଥିବା ଯାନଗୁଡିକ ମଧ୍ୟରେ ଟ୍ରାକ୍ଟର ନଥିବାରୁ ଅନୁମତି ଥିବାରୁ ରାହୁଲଙ୍କୁ ଟ୍ରାକ୍ଟରରେ ସଂସଦ ପରିସରରେ ପ୍ରବେଶ କରିବାକୁ ଦିଆଯାଇନଥିଲା ଏବଂ ପ୍ରବେଶ ଦ୍ୱାରରେ ଥିବା ସୁରକ୍ଷା ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ସେହିପରି ଏହି ଟ୍ରାକ୍ଟର୍ ପ୍ରତିବାଦ ସହ ଆସିଥିବା ରଣଦୀପ ସୂର୍ଯ୍ୟେୱାଲା ଏବଂ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି।
Delhi: Congress leader Rahul Gandhi drives a tractor to reach Parliament, in protest against the three farm laws pic.twitter.com/JJHbX5uS5L
— ANI (@ANI) July 26, 2021
ନିଆରା ପ୍ରତିବାଦ କରି ରାହୁଲ କହିଛନ୍ତି, “ଆମେ କୃଷକଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛୁ । ହେଲେ ଚାଷୀଙ୍କ ସ୍ୱରକୁ ଏଠି ଚାପି ଦିଆଯାଉଛି । ସରକାରଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ । ଏହି ଆଇନଗୁଡିକ କେବଳ ବଡ ବଡ ଶିଳ୍ପପତିଙ୍କ ପାଇଁ । ଏଗୁଡିକ ଲାଭ ପାଇଁ ନୁହେଁ । ଏଗୁଡ଼ିକ କଳା ନିୟମ । ସେମାନେ ଏହି ‘କଳା ଆଇନ’କୁ ପ୍ରତ୍ୟାହାର କରିବା କଥା। ଏହି ଆଇନ ସବୁ କେବଳ ଦୁଇ ତିନିଜଣ ବଡ଼ ବ୍ୟବସାୟୀଙ୍କୁ ଉପକୃତ କରିବ ବୋଲି ସମଗ୍ର ଦେଶବାସୀ ଜାଣନ୍ତି। ସରକାର କହୁଛନ୍ତି କୃଷି ଆଇନ ପାଇଁ ଆମ କୃଷକମାନେ ଆନନ୍ଦିତ। ପ୍ରତିବାଦ ଚଳାଇଥିବା ବ୍ୟକ୍ତିମାନେ ଆତଙ୍କବାଦୀ। କିନ୍ତୁ, ବାସ୍ତବ କଥା ହେଲା, କୃଷକମାନଙ୍କ ଅଧିକାରକୁ ଛିନ୍ନ କରି ନିଆଯାଉଛି। ମୁଁ ଆପଣମାନଙ୍କୁ ସମର୍ଥନ କରୁଛି ବୋଲି ସମଗ୍ର ଦେଶର କୃଷକମାନଙ୍କୁ ଅବଗତ କରାଉଛି। ଜୟ ଯବାନ ଜୟ କିଷାନ। ଅନ୍ୟପାଖରେ ତିନି କୃଷି ନିୟମ ବିରୁଦ୍ଧରେ ଆଠ ମାସର ଆନ୍ଦୋଳନର ସମାପ୍ତି ପାଇଁ ଆଜି ଜନ୍ତର ମନ୍ତ୍ରରେ ସାମିଲ ହୋଇଛନ୍ତି ମହିଳା । ସୂଚନା ଯେ, ଦୀର୍ଘ ୮ ମାସ ହେବ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଅଗଣିତ କୃଷକ ଦିଲ୍ଲୀ ସୀମାନ୍ତରେ ବସି ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଛନ୍ତି। ଚାଲିଥିବା ସଂସଦର ମୌସୁମୀ ଅଧିବେଶନରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ୨୦୦ କୃଷକବିଶିଷ୍ଟ ଏକ ଦଳ ଦିଲ୍ଲୀର ଯନ୍ତର ମନ୍ତରରେ ଡେରା ପକାଇଛନ୍ତି।
