ଟୋକିଓ ଅଲିମ୍ପିକ୍ସ : ଅସୀ ଚାଳନାରେ ପରାସ୍ତ ହେଲେ ଭାରତର ଭବାନୀ ଦେବୀ
ଟୋକିଓ : ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସରେ ସୋମବାର ହେଉଛି ୪ର୍ଥ ଦିନ । ଭାରତୀୟ ଦଳ ୪ର୍ଥ ଦିନ ଆରମ୍ଭରୁ ଭଲ ପ୍ରଦର୍ଶନ ଆରମ୍ଭ କରିଥିଲା । ହେଲେ ସବୁଠୁ ଫୋସକରେ ଥିବା ଭବାନୀ ଦେବୀ ଦମଦାର ପ୍ରଦର୍ଶନ କରି ୨ୟ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ମାତ୍ର ଦ୍ବିତୀୟ ରାଉଣ୍ଡରେ ସେ ପରାସ୍ତ ହୋଇଛନ୍ତି । ଫଳରେ ଭାରତୀୟ ପ୍ରଶଂସକ ନିରାଶ ହୋଇଛନ୍ତି ।
ଅସୀ ଚାଳନାରେ ଭାରତର ପ୍ରଥମ ପ୍ରତିଯୋଗୀ ଭାବେ ଅଲିମ୍ପିକ୍ସ ଖେଳି ବିଜୟରୁ ହିଁ ଅଭିଯାନ ଆରମ୍ଭ କରିଥିଲେ । ବ୍ୟକ୍ତିଗତ ସାବ୍ରେ ଇଭେଣ୍ଟର ରାଉଣ୍ଡ-୬୪ରେ ଟ୍ୟୁନିସିଆର ନାଦିଆଙ୍କୁ ହରାଇ ଓଲିମ୍ପିକ୍ସରେ ପ୍ରଥମ ବିଜୟ ହାସଲ କରିଥିଲେ । ଅସୀ ଚାଳନା ବିଭାଗରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ପାଦ ଥାପିଥିବା ୨୭ ବର୍ଷିୟ ଭବାନୀ ପ୍ରଥମ ପିରିୟଡେର ୮-୦ରେ ଆଗୁଆ ରହିଥିଲେ । ପରେ ଦ୍ବିତୀୟ ପିରିୟଡରେ ନାଦିଆ ପ୍ରତ୍ୟାବର୍ତ୍ତନ କରିଥିଲେ ।
