ବିଶ୍ୱରେ ଆଉ ୪,୧୯,୩୭୩ ସଂକ୍ରମିତ ଓ ୬,୫୧୪ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୪୭ଲକ୍ଷ ୯୩ହଜାର ୨୦୬ ଓ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୭୪ହଜାର ୫୫୫କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୧୯ହଜାର ୩୭୩ ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୫୧୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨ଲକ୍ଷ ୯୩ହଜାର ୮୩୨ ଜଣ ସୁସ୍ଥ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୪୭ଲକ୍ଷ ୯୩ହଜାର ୨୦୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୭୪ହଜାର ୫୫୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୬୭ଲକ୍ଷ ୪୪ହଜାର ୮୨୪ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୩୮ଲକ୍ଷ ୭୩ହଜାର ୮୨୭ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୧ଲକ୍ଷ ୯୯ହଜାର ୭୪ ସଂକ୍ରମିତ ଓ ୬ଲକ୍ଷ ୨୬ହଜାର ୭୬୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୬ଲକ୍ଷ ୮୮ହଜାର ୬୬୩ ସଂକ୍ରମିତ ଓ ୫ଲକ୍ଷ ୪୯ ହଜାର ୯୯୯ମୃତ, ଋଷିଆରେ ୬୧ ଲକ୍ଷ ୨୬ ହଜାର ୫୪୧ ସଂକ୍ରମିତ ଓ ୧ଲକ୍ଷ ୫୩ ହଜାର ୮୭୪ ମୃତ, ଫ୍ରାନ୍ସରେ ୫୯ ଲକ୍ଷ ୯୩ ହଜାର ୯୩୭ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୬୨୨ ମୃତ, ୟୁକେରେ ୫୬ ଲକ୍ଷ ୯୭ ହଜାର ୯୧୨ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୧୫୮ ମୃତ, ତୁର୍କୀରେ ୫୬ ଲକ୍ଷ ୦୧ ହଜାର ୬୦୮ ସଂକ୍ରମିତ ଓ ୫୦ ହଜାର ୯୩୪ ମୃତ, ଆର୍ଜେଣ୍ଟିନାରେ ୪୮ ଲକ୍ଷ ୪୬ ହଜାର ୬୧୫ ସଂକ୍ରମିତ ଓ ୧ ଲକ୍ଷ ୩ ହଜାର ୭୨୧ମୃତ, କଲୋମ୍ବିଆରେ ୪୭ ଲକ୍ଷ ୨୭ ହଜାର ୮୪୬ ସଂକ୍ରମିତ ଓ ୧ ଲକ୍ଷ ୧୮ ହଜାର ୮୬୮ମୃତ, ଇଟାଲିରେ ୪୩ ଲକ୍ଷ ୧୭ ହଜାର ୪୧୫ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୯୪୯ମୃତ, ସ୍ପେନରେ ୪୨ ଲକ୍ଷ ୮୦ ହଜାର ୪୨୯ ସଂକ୍ରମିତ ଓ ୮୧ ହଜାର ୨୨୧ ମୃତ ରହିଛନ୍ତି ।
