ବାଲେଶ୍ୱର : ଆକାଶ ଏନ୍ଜିର ସଫଳ ପରୀକ୍ଷଣ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ. ଲଞ୍ଚପ୍ୟାଡ୍ରୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଆକାଶ ମିସାଇଲର ନ୍ୟୁ ଜେନେରେସନ୍ ଭର୍ସନ୍ ଆକାଶ ଏନ୍ଜି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ବୁଧବାର ମଧ୍ୟାହ୍ନ ୧୨ଟା ୪୫ରେ ଏହି କ୍ଷେପଣାସ୍ତ୍ରକୁ ସଫଳ ଉତ୍କ୍ଷେପଣ କରାଯାଇଛି । ଏହା ଟାର୍ଗେଟକୁ ହିଟ୍ କରିଥିବା ଜଣାପଡ଼ିଛି । ସ୍ୱଦେଶୀ ଜ୍ଞାନକୌଶଳରେ ଡିଆର୍ଡିଓ ଦ୍ୱାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍ଜିର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୦ କିଲୋମିଟର । ବିଶେଷ କରି ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ଏହା ଚିହ୍ନଟ କରି ତୁରନ୍ତ ଧ୍ୱଂସ କରିବାର କ୍ଷମତା ରଖିଛି । ପୂର୍ବରୁ ଆକାଶ ମିସାଇଲଣ ଲକ୍ଷ୍ୟଭେଦ କ୍ଷମତା ୩୦କିଲୋମିଟର ରହିଥିଲା । ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରିବ ।
DRDO has successfully flight tested the New Generation Akash Missile (Akash-NG) a Surface to Air Missile from Integrated Test Range (ITR) off the coast of Odisha today 21st July 2021. The flawless performance of the entire weapon system has been confirmed by complete flight data. pic.twitter.com/LldOF8aqGT
— DRDO (@DRDO_India) July 21, 2021
ଡିଆରଡିଓ କହିଛି ଯେ, ମିଶନ ପରୀକ୍ଷଣର ଉଦ୍ଦେଶ୍ୟ ପୂରଣ ହୋଇଛି। କ୍ଷେପଣାସ୍ତ୍ରର ପୂର୍ବରୁ ଦୀର୍ଘଗାମୀ ପରୀକ୍ଷଣ କରଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରୟୋଗଶାଳା(ଡିଆରଡିଏଲ), ହାଇଦ୍ରାବାଦ ଦ୍ଵାରା ଅନ୍ୟ ଡିଆରଡିଓର ସହଯୋଗରେ ନୂତନ ପିଢିର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରାଯାଇଛି। ଏହି ପରୀକ୍ଷଣ ସମୟରେ ଭାରତୀୟ ବାୟୁସେନାର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଯେ, ଏହି ଆକାଶ ଏନ୍ଜି କ୍ଷେପଣାସ୍ତ୍ରକୁ ପ୍ରଥମଥର ପାଇଁ ଗତ ଜାନୁଆରୀ ୨୫ ତାରିଖରେ କରାଯାଇଥିବା ବେଳେ ଦ୍ୱିତୀୟ ଥର ଗତ ମାର୍ଚ୍ଚ ୨୩ ତାରିଖରେ ଏବଂ ବୁଧବାର ତୃତୀୟ ଥର ପାଇଁ ପରୀକ୍ଷା କରାଯାଇଛି । ପ୍ରତ୍ୟେକ ପରୀକ୍ଷାରେ ଟାର୍ଗେଟ୍ ଭାବେ ଇଲେକ୍ଟ୍ରୋନିକ୍ ଟାର୍ଗେଟ୍କୁ ବ୍ୟବହାର କରାଯାଇଛି । ୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯଇଛି ।
