ବିଶ୍ୱରେ ଆଉ ୪,୦୯୩,୬୪ ସଂକ୍ରମିତ ଓ ୮,୦୬୪ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୨୨ଲକ୍ଷ ୧୦ହଜାର ୩୦୯ ଓ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୨୪ହଜାର ୨୬୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୯୩ହଜାର ୬୪ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୨୨ଲକ୍ଷ ୧୦ହଜାର ୩୦୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୨୪ହଜାର ୨୬୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୪୧ଲକ୍ଷ ୪୭ହଜାର ୮୧୧ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୩୧ଲକ୍ଷ ୭୩ହଜାର ୬୭୦ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୦ଲକ୍ଷ ୭୮ହଜାର ୨୪୩ ସଂକ୍ରମିତ ଓ ୬ଲକ୍ଷ ୨୫ହଜାର ୨୫୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୪ଲକ୍ଷ ୧୯ହଜାର ୭୪୧ ସଂକ୍ରମିତ ଓ ୫ଲକ୍ଷ ୪୪ ହଜାର ୩୦୨ମୃତ, ଋଷିଆରେ ୫୯ ଲକ୍ଷ ୭ ହଜାର ୯୯୯ ସଂକ୍ରମିତ ଓ ୧ଲକ୍ଷ ୪୬ ହଜାର ୮୬୮ ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୯୦ ହଜାର ୬୨ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୫୨୫ ମୃତ, ତୁର୍କୀରେ ୫୫ ଲକ୍ଷ ୪୬ ସଂକ୍ରମିତ ଓ ୧୬୬ ହଜାର ୫୦ ହଜାର ୬୫୦ ମୃତ, ୟୁକେରେ ୫୫ ଲକ୍ଷ ୧୯ ହଜାର ୬୦୨ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୮୨୩ ମୃତ, ଆର୍ଜେଣ୍ଟିନାରେ ୪୭ ଲକ୍ଷ ୮୪ ହଜାର ୨୧୯ ସଂକ୍ରମିତ ଓ ୧ ଲକ୍ଷ ୨ ହଜାର ୩୮୧ମୃତ, କଲୋମ୍ବିଆରେ ୪୬ ଲକ୍ଷ ୬୮ ହଜାର ୭୫୦ ସଂକ୍ରମିତ ଓ ୧ ଲକ୍ଷ ୧୭ ହଜାର ୧୩୧ମୃତ, ଇଟାଲିରେ ୪୨ ଲକ୍ଷ ୯୩ ହଜାର ୮୩ ସକ୍ରମିତ ଓ ୧ଲକ୍ଷ ୨୭ ହଜାର ୮୮୪ମୃତ, ସ୍ପେନରେ ୪୧ ଲକ୍ଷ ୮୯ ହଜାର ୧୩୬ ସଂକ୍ରମିତ ଓ ୮୧ ହଜାର ୧୪୮ ମୃତ ରହିଛନ୍ତି ।
