ବାଲେଶ୍ୱର : କୋଭିଡ ପରିଚାଳନାରେ ପ୍ରଧାନମନ୍ତ୍ରୀଙ୍କ ସଫଳ ନେତୃତ୍ୱକୁ ନେଇ ସଦର ବିଜେପି ପକ୍ଷରୁ ଆଲୋଚନା ଚକ୍ର
ବାଲେଶ୍ୱର : ବାଲେଶ୍ୱର ସଦର ବିଜେପି ପକ୍ଷରୁ ଭିଡିଓ କନଫେରେନସିଂ ମାଧ୍ୟମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଆହ୍ୱାନକ୍ରମେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଫଳ ନେତୃତ୍ୱ ଓ ନିୟନ୍ତ୍ରଣକୁ ନେଇ ସଦର ବିଜେପି ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏବଂ ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ରଙ୍କ ସଂଯୋଜନାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଆଲୋଚନା ଚକ୍ରର ମୁଖ୍ୟବକ୍ତା ଭାବେ ଭାରତୀୟ ଜନତା ପାର୍ଟି, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡ଼ ଐଶର୍ଯ୍ୟା ବିଶ୍ୱାଳ ସାରଗର୍ଭକ ଅଭିଭାଷଣ ରଖିବା ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ କରୋନା ଅତ୍ୟନ୍ତ ଭୟଙ୍କର ରୂପ ଧାରଣ କରିଥିଲା ଦେଶର ଜନ ଜୀବନ ଠପ ହେଇଯାଇଥିଲା, ଠିକ ସେହି ସମୟରେ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବେ ପରିସ୍ଥିତିକୁ ସାମ୍ନା କରିବା ସହ କରୋନାକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହେଲେ ତାହା ପ୍ରଶଂସା କଲେ ମଧ୍ୟ କମ ହେବ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦିଜୀ ଯେଉଁଭଳି ଭାବେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସର୍ବସ୍ପର୍ଶୀ କରିବା ପାଇଁ ଲକ୍ଷ୍ମୀଙ୍କର ଭଣ୍ଡାର ଖୋଲିଦେଇଛନ୍ତି ତାହା ବାସ୍ତବରେ ଆଗାମୀ ଦିନରେ ଭାରତକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଦେଶ ଭାବେ ପରିଗଣିତ କରିବ ।
୨୦୧୪ ପର୍ଯ୍ୟନ୍ତ ଦେଶରେ ଛଅଟି ଏମ୍ସ ଥିଲାବେଳେ ମାତ୍ର ସାତ ବର୍ଷ ଭିତରେ ସେ ୧୫ଟି ଏମ୍ସର ସ୍ଥାପନା କରିଛନ୍ତି । ଅଧିକ ପିଲାଙ୍କୁ ଡକ୍ଟର ହେବା ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ମେଡିକାଲ କଲେଜର ଅଣ୍ଡର ଗ୍ରାଜୁଏଟ ଏବଂ ପିଜି ସିଟ ସଂଖ୍ୟାକୁ ବୃଦ୍ଧି କରିଛନ୍ତି । କେବଳ ସେତକି ନୁହଁ କୋଭିଡର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବା ପାଇଁ ପନ୍ଦର ହଜାର କୋଟି ଟଙ୍କା ମୁର କରିଥିବା ବେଳେ ଦିତ୍ୱୀୟ ପର୍ଯ୍ୟାୟରେ ଦୁଇ ଲକ୍ଷ କୋଟି ଟଙ୍କାର ମୁର କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ୧୩୦ କୋଟି ଲୋକଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛନ୍ତି । ଯାହାଫଳରେ ଭେକ୍ସିନ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱରେ ୧ନଂ ହେଇଛି ଏବଂ କରୋନା ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ସର୍ବନିମ୍ନ ରହିଛି । ତାଙ୍କ ମୂଳମନ୍ତ୍ର ଟ୍ରାକ, ଟେଷ୍ଟ ଏବଂ ଟ୍ରିଟ ବିଶ୍ୱରେ ଜନାଦୃତ ହୋଇ ଲୋକଙ୍କୁ କରୋନା ମୁକାବିଲା କରିବାରେ ସାହସ ଯୋଗାଉଛି । କାର୍ଯ୍ୟକ୍ରମର ପରିଶେଷରେ ସଦର ନେତା ଶ୍ରୀ ଦତ୍ତ ନିମନ୍ତ୍ରିତ ଅତିଥି, ବୁଦ୍ଧିଜୀବି ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଏହି ଆଲୋଚନା ଚକ୍ରରେ ଯୋଡିହୋଇ ଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହ ମୁଖ୍ୟ ବକ୍ତା ଶ୍ରୀମତି ବିଶ୍ୱାଳଙ୍କୁ ସଦର ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଆଲୋଚନା ଚକ୍ରରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ତପନ ଗିରି, କାର୍ତ୍ତିକ ରାଉତ, ଅନୀଲ ପାତ୍ର, ବିଜୟ ଦାସ, ବିଜୟ ପାଣିଗ୍ରାହୀ, ବିକାଶ ପାଢୀ, ଧୀରଜ ମହାନ୍ତି, କୌସିକ ଚାନ୍ଦ, ବିନୟ ମହାରଣା, ଅରୂପ ଜେନା, ପବନ କମିଳା, ପ୍ରତାପ ପ୍ରଧାନ, ସସ୍ମିତା ଦାଶ, ସୁସ୍ମିତା ଶୁକ୍ଳା, ମଧୁଶ୍ରୀ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।


