ସ୍ୱତନ୍ତ୍ର ପଶୁସମ୍ପଦ ପ୍ୟାକେଜ ଫଳରେ ଓଡ଼ିଶା ଲାଭବାନ ହେବ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ôଥକ ବ୍ୟାପାର ସଂକ୍ରାନ୍ତ କମିଟି (ସିସିଇଏ)ରେ ପଶୁ ପାଳନ କ୍ଷେତ୍ର ସହ ଜଡ଼ିତ ଥିବା ଓଡ଼ିଶା ସମେତ ଦେଶର ୧୦କୋଟି ଚାଷୀଙ୍କ ପାଇଁ ୯ହଜାର୮୦୦କୋଟି ଟଙ୍କାର ସ୍ୱତନ୍ତ୍ର ପଶୁସମ୍ପଦ ପ୍ୟାକେଜକୁ ମଞ୍ଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୧-୨୨ ଆର୍ôଥକ ବର୍ଷରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାରେ ପଶୁ ପାଳନ ଏବଂ ଦୁଗ୍ଧ ବିଭାଗ ଅନ୍ତର୍ଭୃକ୍ତ ଯୋଜନାରେ ଆଗାମୀ ୫ବର୍ଷରେ ୫୪ହଜାର୬୧୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଆନୁଷଙ୍ଗିକ ଭିତିଭୂମିକୁ ବିଚାର କଲେ ସ୍ୱତନ୍ତ୍ର ପଶୁସମ୍ପଦ ପ୍ୟାକେଜ ଦ୍ୱାରା ଓଡ଼ିଶା ଲାଭବାନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଅପରପକ୍ଷରେ କ୍ୟାବିନେଟରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ଅପହଂଚ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଜାତୀୟ ଆୟୁଷ ମିଶନକୁ ଆଗାମୀ ୫ବର୍ଷ ପାଇଁ ବଢ଼ା ଯାଇଥିବା ବେଳେ କେନ୍ଦ୍ରୀୟ ସରକାର ଅଧୀନରେ କାମ କରୁଥିବା ସରାକାରୀ କର୍ମଚାରୀଙ୍କ ମହଙ୍ଗା ଭତା ବୃଦ୍ଧି, ଋଷ ଓ ଭାରତ ମଧ୍ୟରେ କୋକିଂକୋଲ କ୍ଷେତ୍ରରେ ଅଧିକ ଦ୍ୱିପାକ୍ଷିକ ସମନ୍ୱୟ ସ୍ଥାପନ କରିବା ପାଇଁ ଏମ୍ଓୟୁକୁ ଅନୁମୋଦନ ଦିଆଯିବା ସହ ଅନେକ ଉନ୍ନୟନମୂଳକ ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟସେବାକୁ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ପ୍ରଧାନମନ୍ତ୍ରୀ ଆଗାମୀ ୫ବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଜାତୀୟ ଆୟୁଷ ମିଶନକୁ ବଢ଼ାଇ ଏଥିପାଇଁ ୪୬୦୭.୩୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା କରିଛନ୍ତି । ଯେଉଁଥିରେ କେନ୍ଦ୍ରୀୟ ଭାର ରହିଛି ୩ହଜାର କୋଟି ଟଙ୍କା । ୨୦୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୧ ଏପ୍ରିଲ ପହିଲାରୁ ସମ୍ପ୍ରସାରିତ ହୋଇ ୨୦୨୬ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହାଦ୍ୱାରା ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟସେବା ମିଳିପାରିବ । କେନ୍ଦ୍ରସରକାରରେ କାର୍ଯ୍ୟରତ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ମହଙ୍ଗାଭତାକୁ ୧୭ପ୍ରତିଶତରୁ ୨୮ପ୍ରତିଶତକୁ ବୃଦ୍ଧି କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ନିଶ୍ଚିତ ଭାବେ କେନ୍ଦ୍ରସରକାରରେ କାର୍ଯ୍ୟରତ କର୍ମଚାରୀ ଓ ପେନସନଧାରୀ ଫଳପ୍ରଦ ହେବେ । ସେହିପରି ଇସ୍ପାତ୍ ଶିଳ୍ପର ଲାଭ ପାଇଁ କୋକିଂକୋଲ୍ କ୍ଷେତ୍ରରେ ଋଷ ଓ ଭାରତ ମଧ୍ୟରେ କୋକିଂକୋଲ କ୍ଷେତ୍ରରେ ଅଧିକ ଦ୍ୱିପାକ୍ଷିକ ସମନ୍ୱୟ ସ୍ଥାପନ କରିବା ପାଇଁ ଏମଓୟୁକୁ ଅନୁମୋଦନ ଦିଆଯାଇଛି । ଏହା ଦ୍ୱାରା ଷ୍ଟିଲକ୍ଷେତ୍ରର ଇନପୁଟ କୋଷ୍ଟକୁ ହ୍ରାସ ହେବ ଏବଂ ଇସ୍ପାତ୍ ଶିଳ୍ପକୁ ଲାଭ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
