ବାଲେଶ୍ୱର : ଅତିରିକ୍ତ ଜିଲାପାଳ ଭାବେ ଭବେଶ ନାୟକଙ୍କ ଯୋଗଦାନ
ବାଲେଶ୍ୱର : ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭବେଶ କୁମାର ନାୟକ, ଓଏଏସ(ଏସ୍) ବୁଧବାର ପୂର୍ବାହ୍ନରେ ବାଲେଶ୍ୱର ଜିଲା ପାଇଁ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯୋଗଦାନ ପରେ ସେ ଜିଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗକୁ ବୁଲି ଦେଖିଥିଲେ ଓ ଆବଶ୍ୟକ କଥା ପଚାରି ବୁଝିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନୂତନ ଅତିରିକ୍ତ ଜିଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଏ ସ୍ୱାଗତ ଜଣାଇଥିଲେ ।
ଜିଲା ପ୍ରଶାସନ ତରଫରୁ ତାଙ୍କୁ ଯେଉଁ ଦାୟିତ୍ୱ ବା କାର୍ଯ୍ୟଭାର ପ୍ରଦାନ କରାଯିବ ତାକୁ ସେ ଦକ୍ଷତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବାକୁ ଚେଷ୍ଟା କରିବେ ଏବଂ ତାଙ୍କ ଦାୟିତ୍ୱ ଆଧାରରେ ଥିବା ସରକାରୀ ଯୋଜନା ଓ ସମସ୍ତ ସୁବିଧା ସୁଯୋଗ ଯେପରି ଜନସାଧାରଣଙ୍କ ନିକଟରେ ପହଞ୍ôଚପାରିବ ସେ ଦିଗ ପ୍ରତି ଯତ୍ନବାନ ହେବେ ବୋଲି ପ୍ରକାଶ କରିଥିଲେ । ଏହାପୂର୍ବରୁ ସେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମୟୂରଭଞ୍ଜର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସୂଚନାଯୋଗ୍ୟ କି, ବାଲେଶ୍ୱର ଜିଲାର ଅତିରିକ୍ତ ଜିଲାପାଳ ଭାବେ ନିଲୁ ମହାପାତ୍ର କାର୍ଯ୍ୟ କରି ଆସୁଥିବାରୁ ଆଜି ଠାରୁ ଏହି ଜିଲା ପାଇଁ ଦୁଇ ଜଣ ଅତିରିକ୍ତ ଜିଲାପାଳ କାର୍ଯ୍ୟ କରିବେ ।
