ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା, ଅଭିଯୁକ୍ତ ଅଟକ
ଅନୁଗୁଳ : ପୂର୍ବ ଶତ୍ରୁତାର କରୁଣ ପରିଣତି । ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ହାଣି ହତ୍ୟା କଲା ଅନ୍ୟ ଜଣେ ଯୁବକ । ଅନଗୁଳ ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଜିତେନ୍ଦ୍ର ସାହୁ ( ୩୦) । ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ପୀତବାସ ସାହୁ ।
ପୂର୍ବ ଶତ୍ରୁତା ହି ହତ୍ୟାକାଣ୍ଡ ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । କିଛି ବ୍ୟବସାୟିକ ଗଣ୍ଡଗୋଳ ମଧ୍ୟ ଅଛି ବୋଲି ଜଣାପଡିଛି । ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ଜବତ କରିବା ସହ ପିତବାସ ସାହୁକୁ ଛେଣ୍ଡିପଦା ଥାନାରେ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ।
