ଭୁବନେଶ୍ୱର : ୩୧୬ ପଜିଟିଭ୍ ଓ ୩୩୯ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଦିନ ଆଉ ୩୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୬୭ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୨୪୯ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୩୩୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରିରୁ ସର୍ବାଧିକ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନିଳାଦ୍ରୀବିହାର ରୁ ୧୩ ଜଣ , ପଟିଆ ରୁ ୧୨ ଜଣ ,ପାତ୍ରପଡାରୁ ୧୧ ଜଣ, ନୟାପଲ୍ଲୀ ରୁ ୧୦ ଜଣ , ଚନ୍ଦ୍ରଶେଖରପୁର ଓ ଡୁମଡୁମାରୁ ୯ ଜଣ ଲେଖାଏଁ , ଓଲ୍ଡଟାଉନ୍ ଓ ସହୀଦନଗରରୁ ୮ ଜଣ ଲେଖାଏଁ ,ବଡଗଡ , ଆଇଆରସି ଭିଲେଜ,ରେଳ ବିହାର ଓ ଭିଏସଏସ୍ ନଗରରୁ ୬ ଜଣ ଲେଖାଏଁ , ବମିଖାଲ , ନାଗେଶ୍ୱରଟାଙ୍ଗି, ରସୁଲଗଡ ଓ ଶୈଳଶ୍ରୀବିହାରରୁ ୫ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୭୦୭ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୯୨୦୧୮ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୫୭ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୫୧୧ ରହିଛି ।
